fbpx

‘ଟଙ୍କା ଦିଅ କୌଣସି ବି ଫୋନ୍ କୁ ହ୍ୟାକ୍ କରିନିଅ’: ଏହି କମ୍ପାନୀର ଅଫର୍ କୁ ନେଇ ବିବାଦ

ନୂଆଦିଲ୍ଲୀ: ପେଗାସସ୍ ପରେ ଏବେ ଜାସୁସୀ ସଫ୍ଟଓୟାର ତିଆରି କରିଥିବା କମ୍ପାନୀ ଇଣ୍ଟେଲେକ୍ସା ମଧ୍ୟ ଚର୍ଚ୍ଚାକୁ ଆସିଛି । ଏହି କମ୍ପାନୀ ଦାବି କରିଛି ଯେ ଆଣ୍ଡ୍ରଏଡ୍ (Android) ଏବଂ ଆଇଓଏସ (iOS) ଫୋନ୍ କୁ ହ୍ୟାକ୍ କରିପାରେ । ଅବଶ୍ୟ, ଏହାକୁ ବ୍ୟବହାର କରିବାର ଦାମ୍ ବହୁତ୍ ଅଧିକ । ତେବେ କମ୍ପାନୀର ଏହି ଘୋଷଣା ପରଠାରୁ ଏହି ଜାସୁସୀ କମ୍ପାନୀକୁ ନେଇ ବିବାଦ ହୋଇଛି ।

ନିକଟରେ ପେଗାସସ୍ କୁ ବେଶ୍ ଚର୍ଚ୍ଚା ହୋଇଥିଲା । ଏନଏସଓ ଗ୍ରୁପ୍ ଉପରେ ଅଭିଯୋଗ ହୋଇଥିଲା ଯେ ଏହାର ଜାସୁସୀ ସଫ୍ଟେଓୟାର ପେଗାସସର ସାହାଯ୍ୟରେ ଲୋକଙ୍କ ମୋବାଇଲ ହ୍ୟାକ୍ କରି ତାଙ୍କ ଉପରେ ନଜର ରଖାଯାଇଥିଲା । ଏବେ ଏକ ଆଉ ଏକ ଜାସୁସୀ ସଫ୍ଟେଓୟାର ଚର୍ଚ୍ଚାରେ ।

ଆମେ ଏଠାରେ ସ୍ପାଏଓୟାର କମ୍ପାନୀ ଇଣ୍ଟେଲେକ୍ସାର କଥା କହୁଛୁ । ଏହାର ସର୍ଭିସ୍ କୁ ନେଇ କମ୍ପାନୀ ଦାବି କରିଛି ଯେ ଏହାଦ୍ୱାରା ଆଣ୍ଡ୍ରଏଡ୍ ଏବଂ ଆଇଓଏସତ ଉଭୟ ଡିଭାଇସକୁ ହ୍ୟାକ୍ କରାଯାଇପାରିବ । ଏଥିପାଇଁ କମ୍ପାନୀ ଖୁବ୍ ଚାର୍ଜ ମଧ୍ୟ ନେଉଛି । ଜାସୁସୀ ସଫ୍ଟେଓୟାର ବ୍ୟବହାର କରିବା ପାଇଁ କମ୍ପାନୀର ଫିସ୍ ୮ ମିଲିୟନ ଡଲାର(ପ୍ରାୟ ୬୪ କୋଟି) ଟଙ୍କା ରଖାଯାଇଛି । ମାଲଓୟାର ସୋର୍ସ କୋଡ୍ ପ୍ରୋଭାଇଡର ଭିଏକ୍ସ-ଅଣ୍ଡରଗ୍ରାଉଣ୍ଡର ଡକ୍ୟୁମେଣ୍ଟ ରେ ଇଣ୍ଟେଲେକ୍ସାର ପ୍ରପୋଜାଲ ଦେଖାଯାଇଛି । ଏଥିରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଡିଭାଇସକୁ ହ୍ୟାକ୍ କରିବା ନେଇ କହିଛନ୍ତି ।

ସୂଚନାଯୋଗ୍ୟ, ଇଣ୍ଟେଲେକ୍ସା ୟୂରୋପର ଏକ କମ୍ପାନୀ । ଏବେ ଏହି ଡକ୍୍ୟୁମେଣ୍ଟ ସାମ୍ନାକୁ ଆସିବା ପରେ କମ୍ପାନୀକୁ ବିବାଦ ଉପୁଜୁଛି । କମ୍ପାନୀ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ରଖିନାହିଁ ।

Get real time updates directly on you device, subscribe now.