fbpx

SVNIRTAR ପକ୍ଷରୁ ବାହାରିଲା ୬୦ଟି ପଦବୀ, ସେପ୍ଟେମ୍ବର ୧ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟର ଅଫ୍ ରିହାବିଲିଟେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସଭିନିରତାର) ପକ୍ଷରୁ ୬୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ବିଭିନ୍ନ ରାଜ୍ୟ ପାଇଁ ବିଭିନ୍ନ ବର୍ଗରେ ଏକାଧିକ ପଦବୀ ବାହାରିଛି । ପ୍ରାର୍ଥୀମାନେ କଟକ, ବଲାଙ୍ଗିର, ଗୌହାଟୀ, ରାଞ୍ଚିରେ ନିଯୁକ୍ତି ପାଇବେ ।

କଟକ ପାଇଁ ଷ୍ଟାଫ ନର୍ସ, ପ୍ରୋସ୍ଥେଟିଷ୍ଟ ଆଣ୍ଡ ଆର୍ଥୋଟିଷ୍ଟ ଗ୍ରେଡ-୨, ଜୁନିୟର ଆସିଷ୍ଟାଣ୍ଟ, ସର୍ଜିକାଲ ବୁଟ ମେକର ଗ୍ରେଡ-୨ ଆଦି ପଦବୀ ରହିଛି । ସେହିପରି ଅନ୍ୟ ରାଜ୍ୟ ପାଇଁ ବିଭିନ୍ନ ବର୍ଗର ପଦବୀ ବାହାରିଛି । ଓବିସି ବର୍ଗର ପ୍ରାର୍ଥୀମାନେ ୫୦୦ ଟଙ୍କା ଓ ଏସି / ଏସଟି ବର୍ଗର ପ୍ରାର୍ଥୀମାନେ ୨୫୦ ଟଙ୍କା ଆବେଦନ ଫିସ୍ ଦେବାକୁ ପଡ଼ିବ ।

ନୋଟିଫିକେସନ ଲିଙ୍କ:  http://svnirtar.nic.in/sites/default/files/news/Recruitment%20Notice_1.pdf

ଅଫିସିଆଲ ୱେବସାଇଟ: http://svnirtar.nic.in

Get real time updates directly on you device, subscribe now.