fbpx

କୋଭିଡ ଯୋଗୁଁ ବଦଳି ଯାଇଛି ଅମିତାଭ ବଚ୍ଚନଙ୍କ ଲାଇଫ୍, ନିଜେ କରୁଛନ୍ତି ସବୁ କାମ

ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କୁ ଦ୍ୱିତୀୟ ଥର କରୋନା ହୋଇଛି । ଘରେ ହିଁ ତାଙ୍କର ଚିକିତ୍ସା କରାଯାଉଛି । ବିଗ୍ ବି ସୋସିଆଲ ମିଡିଆରେ ଆକ୍ଟିଭ ଅଛନ୍ତି ଏବଂ ଫ୍ୟାନ୍ସଙ୍କୁ ଲଗାତାର ଅପଡେଟ ଦେଉଛନ୍ତି । ତେବେ ବିଗ ବି ନିକଟରେ ଏକ ପୋଷ୍ଟ ସେୟାର କରିଛନ୍ତି  । ଏହି ପୋଷ୍ଟ ଜରିଆରେ ବିଗ୍ ବି କହିଛନ୍ତି ଯେ ତାଙ୍କୁ କୋଭିଡରେ କେତେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।

ବିଗ୍ ବି ଏକ ବ୍ଲଗ ପୋଷ୍ଟରେ  କହିଛନ୍ତି ଯେ କୋଭିଡି ଯୋଗୁଁ ଅସୁବିଧା ହେଉଛି । ସବୁ କାମ ନିଜେ କରିବାକୁ ପଡ଼ୁଛି । କପଡ଼ା ଧୋଇବା, ଚଟାଣ ସଫା କରିବା ଏମିତିକି ଟଏଲେଟ ମଧ୍ୟ ନିଜେ ସଫା କରିବା କଥା କହିଛନ୍ତି । ବିଗ ବି ଆହୁରି ଲେଖିଛନ୍ତି ଯେ ସେ ନିଜେ ଚା-କଫି ତିଆରି କରୁଛନ୍ତି । ଔଷଧ ମଧ୍ୟ ନିଜେ ଖାଉଛନ୍ତି ।

କୋଭିଡ ହୋଇଥିବା କାରଣରୁ ଅମିତାଭ ଅସୁବିଧାରେ ଅଛନ୍ତି । କିନ୍ତୁ ତାଙ୍କୁ ଏସବୁ କାମ କରି ମଜା ଆସୁଥିବା କଥା ସେ କହିଛନ୍ତି । ବ୍ଲଗରେ ବିଗ ବି ଲେଖିଛନ୍ତି ଯେ ଏହା ବେଶ୍ ମଜାଦାର ଅନୁଭବ ଏବଂ ନିଜକୁ ସନ୍ତୁଷ୍ଟି ପହଞ୍ଚାଇବା ଅନୁଭବ । ଏମିତି ଭାବରେ ସେ କାହା ଉପରେ ନିର୍ଭର ନହୋଇ ସବୁ କାମ କରୁଛନ୍ତି ।

ଏବେ ସେ କୌଣସି କାମ କରିବା ପାଇଁ କର୍ମଚାରୀଙ୍କ ଉପରେ ନିର୍ଭର ନାହାଁନ୍ତି । ବିଗ ବି ଆହୁରି କହିଛନ୍ତି ଯେ କୋଭିଡ ସମୟରେ ଏହା ମଧ୍ୟ ଅନୁଭବ କରିଛନ୍ତି ଯେ ତାଙ୍କ କର୍ମଚାରୀଙ୍କୁ ଦିନରେ କେତେ କାମ କରିବାକୁ ପଡ଼ିଥାଏ । ବିଗ ବି ପୂର୍ବରୁ ମଧ୍ୟ କହିଛନ୍ତି ଯେ ନିଜ କର୍ମଚାରୀଙ୍କ ସମ୍ମାନ କରିବା ଦରକାର ।

Get real time updates directly on you device, subscribe now.