fbpx

(Video) ସ୍ୱାତୀ ମାଲିୱାଲଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ ଟିମ, ଦୁର୍ବ୍ୟବହାର ମାମଲାରେ ଚାଲିଛି ତଦନ୍ତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀର ସାଂସଦ ଏବଂ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଆଜି ଜେରା କରାଯାଉଛି । ଏ ନେଇ ଦିଲ୍ଲୀ ପୋଲିସ ଟିମ ଗୁରୁବାର ଦିନ ତାଙ୍କ ନିବାସରେ ପହଞ୍ଚିଛନ୍ତି । ଏଥିରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ସିପି ଏବଂ ଆଡିସନାଲ ଡିସିପି ନାର୍ଥ ସାମିଲ ଅଛନ୍ତି ।

ସୁତ୍ର ମୁତାବକ ପୋଲିସ ସ୍ୱାତୀ ମାଲିୱାଲଙ୍କଠାରୁ ଏହା ଜାଣିବାକୁ ଆସିଛନ୍ତି ଯେ, ତାଙ୍କୁ ଯଦି କିଏ ମାରପିଟ କରିଛନ୍ତି ତେବେ ସେ କାହିଁକି କୌଣସି ଅଭିଯୋଗ କରିନାହାନ୍ତି । ନା ତାଙ୍କ ଉପରେ କୌଣସି ଚାପ ରହିଛି? ଯଦି ସ୍ୱାତୀ ମାଲିୱାଲ ପୋଲିସକୁ କୌଣସି ବୟାନ ଦେଉଛନ୍ତି ତେବେ ଏହାକୁ ଏଫଆଇଆରରେ ପରିଣତ କରାଯିବ ।

ପୋଲିସ ଅଧିକାରୀମାନଙ୍କ ମୁତାବକ, ମାଲିୱାଲ ସୋମବାର ଦିନ ସିଭିଲ ଲାଇନ୍ସ ପୋଲିସ ଥାନାରେ ପହଞ୍ଚିଥିଲେ ଏବଂ ଅଭିଯୋଗ ଲଗାଇଥିଲେ ଯେ, ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ମୁଖ୍ୟମନ୍ତ୍ରୀ ବାସଭବନରେ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ସେ ଏପର୍ଯ୍ୟନ୍ତ ଏହି ମାମଲାରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିନାହାନ୍ତି । ତେବେ ବୁଧବାର ଦିନ ମଧ୍ୟ ସ୍ୱାତୀ ମାଲିୱାଲଙ୍କ ଘରେ ପୋଲିସ ଟିମ ତାଙ୍କ ବାସଭବନରେ ପହଞ୍ଚିଥିଲେ ହେଲେ ସେତେବେଳେ ସେ ଘରେ ନଥିଲେ ।

Get real time updates directly on you device, subscribe now.