fbpx

Swiggy Delivery Boy ବର୍ଷାରେ ଭିଜି ଭିଜି ପହଞ୍ଚାଇଲେ ଅର୍ଡର: ଗାଡି ନୁହେଁ ସାଇକେଲ ସାଜିଛି ସାହାରା

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଘରେ ବସି ଟଙ୍କା କମାଇବାର ଚିନ୍ତା କରୁଛନ୍ତି । ଏମିତି ଅନେକ କାମ ବି ରହିଛି ଯାହା ଅନଲାଇନରେ ଘରେ ବସି ରୋଜଗାର କରାଯାଇପାରିବ । ତେବେ କିନ୍ତୁ କିଛି ଲୋକଙ୍କ ପାଇଁ ଏବେ ବି ଏହା ସମ୍ଭବ ନୁହେଁ । ଏବେ ବି କିଛି ଟଙ୍କା ରୋଜଗାର କରିବା ପାଇଁ ଖୁବ ପରିଶ୍ରମ କରିଥାନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଏବେ ସୋସିଆଲ ମିଡିଆରେ । କିଛି ମିନିଟରେ ଖାଦ୍ୟ ପହଞ୍ଚାଇବା ପାଇଁ ବହୁତ କଷ୍ଟ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ବର୍ଷାରେ ଭିଜି ସାଇକେଲରେ ଅର୍ଡର ପହଞ୍ଚାଇବା ପାଇଁ ବାହାରି ପଡିଛନ୍ତି ଜଣେ ସ୍ୱିଗି ଡେଲିଭରୀ ବୟ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଜଣ ଭିଡିଓରେ ସ୍ୱିଗି ଡେଲିଭରୀ ବୟଙ୍କୁ ରାସ୍ତାରେ ଯାଉଥିବାର ଦେଖାଯାଇଛି । ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ସେ ଏକ ସାଇକେଲରେ ବର୍ଷାରେ ଭିଜି ଭିଜି ଅର୍ଡର ପହଞ୍ଚାଇବା ପାଇଁ ବାହାରିଛନ୍ତି । ତେବେ ଏହି ଭିଡିଓ ଦେଖିଲେ ଜଣାପଡୁଛି ଯେ, ତାଙ୍କୁ ଖୁବ କମ୍ ସମୟରେ ଏହି ଅର୍ଡରକୁ ପହଞ୍ଚାଇବା ପାଇଁ ସେ ବ୍ୟସ୍ତ ହୋଇ ଯାଉଛନ୍ତି । ତେଣୁ ପ୍ରବଳ ବର୍ଷାରେ ସେ ନିଜ କାମ କରୁଛନ୍ତି । ଅବଶ୍ୟ ଡେଲିଭରୀ ବୟ ରେନକୋଟ ପିନ୍ଧିଛନ୍ତି, କିନ୍ତୁ ତାଙ୍କ ବ୍ୟାଗ ବର୍ଷାରେ ଭିଜୁଥିବା ଦେଖାଯାଉଛି । ତେଣୁ ଏହାକୁ ଯଥାଶୀଘ୍ର ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚାହୁଁଛନ୍ତି ଏହି ଡେଲିଭରୀ ବୟ ।

ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ସଠିକ ଭାବେ ତୁଲାଇବାକୁ ଚେଷ୍ଟା କରୁଥିବା ସ୍ୱିଗି ଡେଲିଭରୀ ବୟଙ୍କ ଏହି ଭିହିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏହି ଭିଡିଓ ଏବେ ଅନେକ ଲୋକଙ୍କୁ ଇମୋସନାଲ କରି ଦେଇଛି । ତେବେ ଏହି ଭିଡିଓରେ ଏକ କ୍ୟାପ୍ସନ ଲେଖାଯାଇଛି ଯେ, ଲାଇଫ ଇଜ ନଟ ସେମ୍ ଫର ଅଲ…’ । ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ ବୋଲି ଲେଖି ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ଆଶିକାନା ଫ୍ୟାନପେଜ ।

 

View this post on Instagram

 

A post shared by video library (@aasiqana_fanpage)

Get real time updates directly on you device, subscribe now.