fbpx

ଆଲପ୍ସ ପର୍ବତରେ ତ୍ରିରଙ୍ଗା କରି ସଲାମ୍ ଜଣାଇଲା ସ୍ୱିଜରଲ୍ୟାଣ୍ଡ

ଭାରତ ସହ ବିଶ୍ୱର ବହୁ ଦେଶ କରୋନା ଭାଇରସକୁ ଚିନ୍ତିତି । ଭାଇରସ୍ ବିସ୍ତାର ନହେବା ପାଇଁ ସବୁ ଦେଶ ବହୁ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କରୋନା ସଙ୍କଟର ମୁକାବିଲା କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିଶ୍ୱର ଅନେକ ଦେଶ ପ୍ରଂଶସା ମଧ୍ୟ କରୁଛି । ଏହାରି ମଧ୍ୟରେ ସ୍ୱିସ୍ ଆଲପ୍ସର ମ୍ୟାଟରହର୍ନ ପର୍ବତ ଉପରେ ଆଲୋକ ସାହାଯ୍ୟରେ ଭାରତୀୟ ତ୍ରିରଙ୍ଗାକୁ ଦର୍ଶାଯାଇଛି । ଏହାରି ମାଧ୍ୟମରେ କରୋନା ମହାମାରୀ ଜିତିବା ପାଇଁ ଆଶା ଓ ଉତ୍ସାହର ବାର୍ତ୍ତା ମଧ୍ୟ ଦିଆଯାଇଛି । କରୋନା ବିରୋଧ ଯୁଦ୍ଧରେ ଭାରତକୁ ପ୍ରଂଶସା କରି ତ୍ରିରଙ୍ଗା ମାଧ୍ୟମରେ ଭାରତକୁ ସଲାମ୍ ଜଣାଇଛି  ସ୍ୱିଜରଲ୍ୟାଣ୍ଡ  ।

ତେବେ ଜଣାଶୁଣା ସ୍ୱିସ୍ ଆଲୋକ କଳାକାର ଗେରୀ ହୋଫଷ୍ଟେଟର ୧୪,୬୯୦ ଫୁଟର ପର୍ବତକୁ ତ୍ରିରଙ୍ଗା ଆକାରରେ ଆଲୋକିତ କରିଛନ୍ତି । ଭାରତୀୟ ବିଦେଶୀ ସେବା ଅଧିକାରୀ ଗୁର୍ଲିନ ଏକ ଟ୍ୱିଟର ହ୍ୟାଣ୍ଡେଲରେ ଏହାକୁ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ପ୍ରାୟ ୮୦୦ ମିଟର ଉଚ୍ଚତାରେ ରହିଛି ତ୍ରିରଙ୍ଗା ।

Get real time updates directly on you device, subscribe now.