fbpx

Syrma SGS Technologyର ଶେୟାର ମାର୍କେଟରେ ପଦାର୍ପଣ, ପ୍ରଥମ ଦିନରେ ୪୨ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ ମାନୁଫାକଚରିଂ ସର୍ଭିସେସ ଫାର୍ମ ସିରମା ଏସଜିଏସ ଟେକ୍ନୋଲୋଜି ଶେୟାର ମାର୍କେଟରେ ପଦାର୍ପଣ କରୁ କରୁ ଶୁଭ ସଙ୍କେତ ଦେଇଛି । ପ୍ରଥମ ଦିରେ ଏହା ଇସ୍ୟୁ ପ୍ରାଇସ ଠାରୁ ୧୯ ପ୍ରତିଶତ ଉପରେ ଲିଷ୍ଟିଂ ହୋଇଛି । ଦିନ ସାରା କମ୍ପାନୀର ଶେୟାର ଉପର ମୁହାଁ ହୋଇ ରହିବା ସହ ଷ୍ଟକ ଏକ୍ସଚେଞ୍ଜରେ ୪୨ ପ୍ରତିଶତ ଉପରେ ସେଟଲିଂ ହୋଇଥିଲା ।

କମ୍ପାନୀର ଷ୍ଟକ୍ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ୨୬୨ ଟଙ୍କାରେ ପ୍ରାରମ୍ଭିକ ଭାବେ ଲିଷ୍ଟ ହୋଇଥିଲା । ପରେ ଏହା ୨୨୦ ଟଙ୍କା ଅଫ୍ ପ୍ରାଇସଠାରୁ ୧୯.୦୯ ପ୍ରତିଶତ ପ୍ରଫିଟ ହାସଲ କରିଥିଲା । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ରେ ଏହା ୧୮.୧୮ ପ୍ରତିଶତ ଇସ୍ୟୁ ପାଇସଠାରୁ ୨୬୦ ଟଙ୍କାରେ ଖୋଲିଥିଲା । ଇଣ୍ଟ୍ରାଡେ ଟ୍ରେଡରେ କମ୍ପାନୀର ଶେୟାର ବୃଦ୍ଧି ପାଇ ୨୦ ପ୍ରତିଶତ ଉପର ସର୍କିଟରେ ପହଞ୍ଚିଥିଲା ।

କମ୍ପାନୀର ଇଣ୍ଟ୍ରାଡେ ଟ୍ରେଡ ବିଏସଇରେ ୩୧୪.୪୦ ଟଙ୍କା ଓ ଏନଏସଇରେ ୩୧୨ ଟଙ୍କା ଉଚ୍ଚକୁ ସ୍ପର୍ଶ କରିଥିଲା । ବିଏସଇରେ ୪୨.୩୦ ପ୍ରତିଶତ ଇସ୍ୟୁ ପ୍ରାଇସଠାରୁ ୩୧୩.୦୫ ଟଙ୍କା ଓ ଏନଏସଇରେ ୪୧.୮୨ ପ୍ରତିଶତରୁ ୩୧୨. ଟଙ୍କାରେ ସମାପ୍ତ ହୋଇଥିଲା । ସିରମା ଏସଜିଏସ ଟେକ୍ନୋଲୋଜିର ମାର୍କେଟ କ୍ୟାପିଟାଲ ୫,୫୧୬.୮୫ କୋଟି ରହିଥିବା ବିଏସଇରେ ଦୃଶ୍ୟମାନ ହେଉଛି ।

Get real time updates directly on you device, subscribe now.