fbpx

ଟି-୨୦ ବିଶ୍ୱକପ୍ ୨୦୨୨: ଦଳରେ ମିଳିଲାନି ସ୍ଥାନ, ଷ୍ଟାଣ୍ଡବାଇ ରହିଲେ ଏହି ସବୁ ବଡ଼ ପ୍ଲେୟାର୍‌

ମୁମ୍ବାଇ: ଟି-୨୦ ବିଶ୍ୱକପ୍ ୨୦୨୨ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଚୟନ କମିଟି ବୈଠକ ପରେ ବିସିସିଆଇ ଏହି ମେଗା ଇଭେଣ୍ଟ ପାଇଁ ୧୫ ଜଣିିଆ ଦଳ ଘୋଷଣା କରିଛି। ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍‌ର ନେତୃତ୍ୱ ନିୟମିତ ଅଧିନାୟୟକ ରୋହିତ ଶର୍ମା ନେଇଥିବା ବେଳେ କେଏଲ୍ ରାହୁଲ ଉପଅଧିନାୟକ ରହିଛନ୍ତି। ତେବେ ମେନ୍ ବୋଲର ମହମ୍ମଦ ଶାମୀଙ୍କ ନାମ ନେଇ ବହୁତ୍ ଆଲୋଚନା ହେଉଥିଲେ ମଧ୍ୟ ତାଙ୍କୁ ଚୁଡ଼ାନ୍ତ ଦଳରେ ସ୍ଥାନ ମିଳିନାହିଁ।

ଶାମୀଙ୍କ ସହିତ ଦୀପକ ଚହର,ଶ୍ରେୟସ୍ ଆୟର ଏବଂ ରବି ବିଷ୍ଣୋଇଙ୍କୁ ଷ୍ଟାଣ୍ଡବାଇ ରଖାଯାଇଛି। ସେହିପରି ଉଇକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍‌ସନ ଏବଂ ଇଶାନ୍ କିଶାନ୍‌ଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିନାହିଁ। ଏସିଆ କପ୍‌ରେ ଖରାପ୍ ପ୍ରଦର୍ଶନ ପାଇଁ ଅବେଶ ଖାନ୍ ମଧ୍ୟ ଦଳରୁ ବାଦ୍ ପଡିଛନ୍ତି। ସେହିପରି ଇଞ୍ଜୁରୀ କାରଣରୁ ରବିନ୍ଦ୍ର ଜାଡେଜା ମଧ୍ୟ ଦଳରୁ ବାଦ୍ ପଡିଛନ୍ତି।

ଏସିଆ କପ୍ ଦଳରୁ ରବିନ୍ଦ୍ର ଜାଡେଜା ଏବଂ ରବି ବିଷ୍ଣୋଇଙ୍କୁ ବିଶ୍ୱକପ୍‌ରୁ ବାଦ୍ ଦିଆଯାଇଛି। ଏହାବାଦ୍ ବାକି ସମସ୍ତ ୧୩ ଜଣ ଖେଳାଳି ଦଳରେ ଅଛନ୍ତି। ଇନଜୁରୀ ସମସ୍ୟାରୁ ମୁକୁଳି ଜଶପ୍ରିତ୍ ବୁମ୍ରା ଏବଂ ହର୍ଶଲ ପଟେଲ୍ ଦଳକୁ ଫେରିଛନ୍ତି। ଯୁବ ବୋଲର ଅର୍ଶଦୀପ ସିଂ ମଧ୍ୟ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି।

ବିଶ୍ୱକପ ପାଇଁ ଟିମ ଇଣ୍ଡିଆ: ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ(ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ।

ଷ୍ଟାଣ୍ଡବାଏ: ମହମ୍ମଦ ଶାମୀ, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର।

Get real time updates directly on you device, subscribe now.