fbpx

ଆଜି ଦିନ ୧୨.୩୦ରୁ ମିଳିବ ଘରୋଇ ବିମାନ ଟିକେଟ, ଏହି ୱେବସାଇଟରେ କରନ୍ତୁ ଲଗ୍ଇନ

ଭୁବନେଶ୍ୱର, ୨୨ା୫ (ଓଡ଼ିଶା ଭାସ୍କର): ମେ ୨୫ ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । ଏନେଇ ଆଜିଠୁ ଟିକେଟ ବୁକିଂ ଆରମ୍ଭ ହେବ । ଆଜି ଦିନ ସାଢ଼େ ୧୨ଟାରୁ ଘରୋଇ ଟିକେଟ ବିମାନ ମିଳିବ । http://airindia.in ଏହି ୱେବସାଇଟରେ ଲଗଇନ କରି ଟିକେଟ ବୁକିଂ କରନ୍ତୁ ।
କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ୧୭ମେ ରେ ଲକଡାଉନ ଅବଧି ଶେଷ ହେଉଥିଲା କିନ୍ତୁ ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସରାକାର ଏହି ଲକଡାଉନ ଅବଧିକୁ ବୃଦ୍ଧି କରି ମେ ୩୧ଯାଏଁ କରିଛନ୍ତି । ଏନେଇ ସମସ୍ତ ଟ୍ରେନ ଚାଳାଚଳ ଓ ବିମାନ ଉଡ଼ାଣ ବନ୍ଦ ଥିଲା । କିନ୍ତୁ ଏହାରି ମଧ୍ୟରେ ମେ ୨୫ ରୁ ଦେଶରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.