ତହବ୍ୱୁର ରାଣାକୁ ମିଳିବ ଫାଶୀ, ବିହାର ଇଲେକ୍ସନ ସମୟରେ ସରକାର ନେବେ ଏହି ନିଷ୍ପତ୍ତି
ତହବ୍ୱୁର ଭାରତ ପ୍ରତ୍ୟର୍ପଣ ବଡ଼ ସଫଳତା । ଏବେ ମିଳିବା ଦରକାର ଫାଶୀ ।
ନୂଆଦିଲ୍ଲୀ: ତହବ୍ୱୁର ରାଣା ଭାରତ ପ୍ରତ୍ୟର୍ପଣ କରିବା ପରେ ୨୬/୧୧ ମୁମ୍ବାଇ ଆଟାକକୁ ନେଇ ଜୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୮ ଦିନିଆ ରିମାଣ୍ଡରେ ଏନଆଇଏ ତହବ୍ୱୁରକୁ ନେଇଥିବାବେଳେ , ତାକୁ ମିଳିବାକୁ ଥିବା ଦଣ୍ଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଶିବସେନା ପ୍ରବକ୍ତା ସାଂସଦ ସଞ୍ଜ ରାଉତ ତହବ୍ୱୁରଙ୍କ ଦଣ୍ଡାଦୋକୁ ନେଇ ବଡ଼ ଘୋଷଣା କରିଛନ୍ତି । ସରକାର ତହବ୍ୱୁରକୁ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବେ ।
ତହବ୍ୱୁରଙ୍କୁ ତୁରନ୍ତ ଫାଶୀ ଦେଇ ଦବା କଥା କିନ୍ତୁ ସରକାର ଏପରି କରିବେ ନାହିଁ । ବିହାର ନିର୍ବାଚନ ସମୟରେ ହିଁ ତହବ୍ୱୁରଙ୍କୁ ଫାଶୀ ଦେବାର ନିଷ୍ପତ୍ତି ନିଆଯିବ ।
ତହବ୍ୱୁରକୁ ଭାରତ ପ୍ୟତ୍ୟର୍ପଣ କରିବା ପାଇଁ ୧୬ ବର୍ଷ ଲାଗିଲା । ଏ ନେଇ ପ୍ରଥମେ କଂଗ୍ରେସ ପ୍ରୟାସ କରିଥିଲା । ସେଥିପାଇଁ ରହବ୍ୱୁରକୁ ଭାରତ ଆଣିବା ନେଇ ଶ୍ରେୟ କାହାକୁ ଯିବ ନାହିଁ । ଏହାପୂର୍ବରୁ ୧୯୯୩ରେ ସିରିଏଲ ବ୍ଲାଷ୍ଟ ଅଭିଯୁକ୍ତ ଅବୁ ସଲେମଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇଥିଲା ।
ତହବ୍ୱୁର ରାଣାଙ୍କ ପ୍ରତ୍ୟର୍ପଣ ଭାରତ ପାଇଁ ବଡ଼ ସଫଳତା ବୋଲି କହିଛନ୍ତି ଭାଜପା ସାଂସଦ ଅଶୋକ । ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଭାରତ ପାଇଁ ଏକ କଳାଦିନ ଥିଲା । ଏହା ପାକିସ୍ତାନ ପକ୍ଷରୁ ପାୟୋଜିତ ଆତଙ୍କବାଦୀ ଆକ୍ରମଣ ଥିଲା ।