fbpx

ସଡ଼କ ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ଏତିକି ଟଙ୍କା, ମୋଦୀ ସରକାରଙ୍କ ବଡ଼ ନିଷ୍ପତି

Advertisement

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଆହତଙ୍କ ଜୀବନ ରକ୍ଷା ପାଇଁ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବାର ଏକ ଘଣ୍ଟା ମଧ୍ୟରେ ପୀଡିତଙ୍କୁ ଡାକ୍ତରଖାନାକୁ ନେଇଥିବା ବ୍ୟକ୍ତିଙ୍କୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପାଞ୍ଚ ହଜାର ଟଙ୍କା ନଗଦ ଦିଆଯିବ। ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି।

ଏଥିପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପରିବହନ ସଚିବମାନଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ମନ୍ତ୍ରଣାଳୟ କହିଛି ଯେ ଏହି ଯୋଜନା ଅକ୍ଟୋବର ୧୫ରୁ ମାର୍ଚ୍ଚ ୩୧, ୨୦୨୬ ପର୍ୟ୍ୟନ୍ତ କାର୍ୟ୍ୟକାରୀ ହେବ।

ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ କୁହାଯାଇଛି ଯେ, ଭଲ ସହାୟତାକାରୀଙ୍କୁ ପୁରଷ୍କାର ଦେବା ଯୋଜନା କରିବା ପାଇଁ ଦିଶାନିର୍ଦ୍ଦେଶ ଜାରି କରାଯାଇଛି । ଏହି ଯୋଜନା ଲକ୍ଷ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ସାହାଯ୍ୟ କରିବ ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା । ଏଥିପାଇଁ ନଗଦ ଟଙ୍କା ଦିଆଯିବା ସହିତ ପ୍ରମାଣପତ୍ର ମଧ୍ୟ ଦିଆଯିବ । ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ, ପୁରଷ୍କାର ବ୍ୟତୀତ ଜାତୀୟ ସ୍ତରରେ ୧୦ ଜଣ ସହାୟତାକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦିଆଯିବ । ପ୍ରତିବର୍ଷ ଦେଶରେ ପାଖାପାଖି ୫ ଲକ୍ଷ ସଡ଼କ ଦୁର୍ଘଟଣା ହେଉଛି । ଯେଉଁଥିରେ ପ୍ରାୟ ୧.୫ ଲକ୍ଷ ଲୋକ ଜୀବନ ହାରୁଛନ୍ତି ଓ ୪.୫ ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ସଡ଼କ ଦୁର୍ଘଟଣାକୁ ନେଇ ସରକାର ଚିନ୍ତା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.