fbpx

ଆଫଗାନିସ୍ତାନରେ ଆଜି ସରକାର ଗଠନ କରିବା ତାଲିବାନ୍!

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ କରିବାକୁ ଯାଉଛି ତାଲିବାନ୍ । ନୂଆ ସରକାରର ସମସ୍ତ ରୂପରେଖା ପ୍ରସ୍ତୁତ ହୋଇସାରିଥିବା ବେଳେ ଆଜି ସରକାର ଗଠନ ନେଇ ସୂଚନା ଦେଇଛନ୍ତି ତାଲିବାନର ମୁଖପାତ୍ର ଜାବିଉଲ୍ଲା ମୁଜାହିଦ । ମୁଲାହ ଅବଦୁଲ ଘନି ବରଦାରଙ୍କ ନେତୃତ୍ୱରେ ସରକାର ଗଠନ କରିବାର ଆଶା ରହିଛି । କୁହାଯାଉଛି ଯେ, ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମରଙ୍କ ପୁଅ ମୁଲ୍ଲା ମୋହମ୍ମଦ ୟାକୁବ, ଶେର ମୋହମ୍ମଦ ଅବାସ ସ୍ତାନକଜାଇ ବି ନୂଆ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବେ ।

ମିଳିଥିବା ସୂଚନା ମୁତାବକ, ଶେରଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯିବ । ନୂଆ ସରକାରରେ ବାକି ନେତାଙ୍କ କ’ଣ ଭୂମିକା ରହିବ, ସେନେଇ ଲଗାତାର ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.