fbpx

ବିବାଦରେ ବାବା ବଳିଆ! ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇଥିବାରୁ ଲୋକେ ଉତ୍ତେଜିତ, କହିଲେ –‘କ୍ଷମା ମାଗ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇ ବିବାଦ ଘେରକୁ ଆସିଛନ୍ତି ବାବା ବଳିଆ । ରଥରେ ଛେରା ପହଁରା ପାଇଁ ଗଜପତି ପାଲିଙ୍କିରେ ଆସିବା କଥା, ପ୍ରତିବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ଏବଂ ପ୍ରତିବର୍ଷ ରଥକୁ ଭାଙ୍ଗି ପୁଣି ନିର୍ମାଣ କରିବା ପ୍ରସଙ୍ଗରେ ନିଜସ୍ୱ ମତ ରଖିଛନ୍ତି ବାବା ବଳିଆ, ଯାହାକୁ ନେଇ ତାତିଛନ୍ତି ଲୋକେ ।

ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇଥିବା ବାବା ବଳିଆଙ୍କୁ କ୍ଷମା ମାଗିବାକୁ ଲୋକମାନେ ଦାବି କରିଛନ୍ତି । ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ, ‘ ଓଡିଆ ଜାତିର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଠାକୁର ରାଜା ଗଜପତିଙ୍କ ପରମ୍ପରାକୁ ନେଇ ବାବା ବଳିଆଙ୍କ ଏ ଯୁକ୍ତି ପାଗଳାମୀ ଓ ଚର୍ଚ୍ଚାରେ ରହିବା ପାଇଁ ଏକ ଷଡଯନ୍ତ୍ର । ଏ ଆତ୍ମଘୋଷିତ ବାବାମାନଙ୍କ କଳା କାରନାମା ପାଇଁ ସମାଜ ମଧ୍ୟ ବହୁଳଭାବେ ନିମ୍ନଗାମୀ । ଏହାକୁ ନିନ୍ଦା କରାଯିବା ସହ ବାବା ବଳିଆ ତାଙ୍କର ଏକ ପ୍ରକାର ମତପାଇଁ କ୍ଷମାଭିକ୍ଷା କରିବା ଉଚିତ ।’

ତେବେ ବିବାଦଦକୁ ଆସିଥିବା ବାବା ବଳିଆ ନିଜ ମନ୍ତବ୍ୟରେ କହିଥିଲେ ଯେ, ‘ବର୍ତମାନ ସମୟ ବଦଳିଛି । ରାଜତନ୍ତ୍ର ବଦଳରେ ଆମେମାନେ ଗଣତନ୍ତ୍ର ରାଷ୍ଟ୍ରରେ ରହୁଛେ । ରାଜତନ୍ତ୍ର ସମୟରେ ସାଇକେଲ ଟିଏ ବି ନଥିଲା ତେଣୁ ରଥରେ ଛେରା ପହଁରା ପାଇଁ ସେତେବେଳେ ଗଜପତି ମହାରାଜ ହାତୀ, ଘୋଡା ଓ ପାଲିଙ୍କିରେ ଆସୁଥିଲେ । ହେଲେ ଏବେ ସମୟ ବଦଳିଛି । ସମାଜରେ ମୂଲ୍ୟବାନ ଗାଡି ରହିଛି । ପାଲିଙ୍ଗିରେ ନଆସି ଗାଡ଼ିରେ ଆସିପାରିବେ ଠାକୁର ରାଜା ।’ସେହିିଭଳି ପରିବେଶର ଦେବାତାଙ୍କ ପାଇଁ ଯଦି ପ୍ରତିବର୍ଷ ରଥ ନିର୍ମାଣ ନକରି ୨-୩ ବର୍ଷରେ ଥରେ ରଥ ନିର୍ମାଣ କରାଯାଆନ୍ତା ତେବେ କେମିତି ହୁଅନ୍ତା ବୋଲି ପଚାରିଛନ୍ତି ବାବା ବଳିଆ । ପ୍ରତିବର୍ଷ ଗଛ ନକାଟି, ରଥକୁ ସୁରକ୍ଷିତ ଭାବେ ରଖାଯାଆନ୍ତା, ରଥରେ ବ୍ୟବହାର ହେଉଥିବା ସବୁ ସାମଗ୍ରୀକୁ ସାଇତି ରଖି ମରାମତି କରାଯାଇ ପାରନ୍ତା ବୋଲି ବାବା ବଳିଆ କହିଛନ୍ତି ।

Get real time updates directly on you device, subscribe now.