fbpx

ୟୁପିରେ ଡେଙ୍ଗୁ-ଭାଇରାଲ ଜ୍ୱର ଆତଙ୍କ, ଶିଶୁଙ୍କ ସମେତ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ନେଲାଣି ଜୀବନ

ଫିରୋଜାବାଦ : ଉତ୍ତରପ୍ରଦେଶରେ ଡେଙ୍ଗୁ ଓ ଭାଇରାଲ ଜ୍ୱରର କାୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖାଯାଉଛି । କେବଳ ଫିରୋଜାବାଦରେ ଏଯାଏଁ ୭୫ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ମଥୁରାରେ ୧୭, ମୈନପୁରୀରେ ୩, କାସଗଞ୍ଜରେ ୨ ଜଣ ଡେଙ୍ଗୁ ଓ ଭାଇରାଲ ଜ୍ୱରର ଶିକାର ହୋଇଛନ୍ତି । ସେହିପରି ଗୋଣ୍ଡାରେ ପ୍ରତିଦିନ ୩ ହଜାରରୁ ଅଧିକ ଭାଇରାଲ ଜ୍ୱରେ ପୀଡିତ ହୋଇ ହସ୍ପିଟାଲ ଯାଉଛନ୍ତି । କାନପୁରରେ ଭାଇରାଲ ଜ୍ୱର କାରଣରୁ ୭ ଦିନ ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଗୁରୁବାର ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଫିରୋଜାବାଦରେ ୧୧, ମୈନପୁରୀରେ ୨ ଓ ମଥୁରାର ଜଣେ ରୋଗୀ ରହିଛନ୍ତି । ସେହିପରି ଫିରୋଜାବାଦରେ ମୃତ୍ୟୁ ସଂଖ୍ୟା ୭୫ରେ ପହଞ୍ଚି ସାରିଛି ।

Get real time updates directly on you device, subscribe now.