fbpx

ସରକାର ଗଠନ ପାଇଁ ୬ଟି ରାଷ୍ଟ୍ରକୁ ତାଲିବାନର ଆମନ୍ତ୍ରଣ;ଜାଣନ୍ତୁ କଣ ରହିବ ଏମାନଙ୍କ ଭୂମିକା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପଞ୍ଜଶୀର ଦଖଲ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସରକାର ଗଠନ ନେଇ ଘୋଷଣା କରିଛି ତାଲିବାନ । କ୍ଷମତ ଅକ୍ତିଆରର ୨୨ ଦିନ ପରେ ତାଲିବାନ ପକ୍ଷରୁ ସରକାର ଗଠନ ନେଇ ଘୋଷଣା କରାଯାଇଛି । ଏହି କ୍ରମରେ ୬ଟି ରାଷ୍ଟ୍ରକୁ ତାଲିବାନ ପକ୍ଷରୁ ସରକାର ଗଠନ ପାଇଁ ଆମନ୍ତ୍ରଣ ଦିଆଯାଇଛି । ଏହି ୬ଟି ରାଷ୍ଟ୍ର ମଧ୍ୟରୁ ୪ଟି ଇସଲାମିକ ରାଷ୍ଟ୍ର ରହିଥିବା ବେଳେ ଚୀନ ଏବଂ ଋଷିଆ ଆମେରିକା ବିରୋଧୀ ଅଟନ୍ତି । ଏହା ବାଦ ପାକିସ୍ତାନ, ତୁର୍କୀ, ଇରାନ ଏବଂ କତାରକୁ ମଧ୍ୟ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଛି ତାଲିବାନ । ତାଲିବାନର ବୈଦେଶିକ ନୀତି ସ୍ପଷ୍ଟ ନଥିବା ବେଳେ ଏହି ୬ ରାଷ୍ଟ୍ର ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରାଯାଉଛି ।
ନବେ ଦଶକରେ ତାଲିବାନ ସରକାରକୁ ପାକିସ୍ତାନ, ସାଉଦି ଆରବ ଏବଂ ୟୁଏଇ ସମର୍ଥନ ଜଣାଇଥିବା ବେଳେ ପୁଣି ଥରେ ତାଲିବାନର ଦୃଢ ସମର୍ଥକ ଭାବରେ ଠିଆ ହୋଇଛି ପାକିସ୍ତାନ । ବିଭିନ୍ନ ଦେଶ ମାନଙ୍କ ସହିତ ତାଲିବାନ ନିଜ ସମ୍ପର୍କରେ ସୁଧାର ଆଣିବାକୁ ପ୍ରୟାସ କରୁଥିବା ବେଳେ ଭାରତ ସମେତ ଏକାଧିକ ରାଷ୍ଟ୍ର ନୀରବଦ୍ରଷ୍ଟା ସାଜିଛନ୍ତି । ସେହିପରି ୪ ଇସଲାମିକ ରାଷ୍ଟ୍ର ପାକିସ୍ତାନ, ତୁର୍କୀ, ଇରାନ ଏବଂ କତାର ସ୍ୱତଃପ୍ରୋତ ଭାବରେ ତାଲିବାନୀଙ୍କୁ ସମର୍ଥନ ଦେଉଛନ୍ତି । ଚୀନ ଆଫଗାନିସ୍ତାନକୁ ନିଜର ଅନ୍ୟତମ ବୃହତ୍ତର ବଜାର ଭାବରେ ଦେଖୁଥିବା ବେଳେ ଆମେରିକାକୁ କୂଟନୈତିକ ସ୍ତରରେ ପଛରେ ପକାଇବା ପାଇଁ ଋଷିଆ ମଧ୍ୟ ତାଲିବାନୀଙ୍କୁ ସମର୍ଥନ ଜଣାଉଛି ।

Get real time updates directly on you device, subscribe now.