fbpx

ପୁଣି ଆରମ୍ଭ ହେବ ମୌଳବାଦୀ ଆଇନ! ବାଲକୋନୀରେ ଠିଆ ହୋଇପାରିବେନି କି ହାଇହିଲ୍ସ ପିନ୍ଧିପାରିବେ ନାହିଁ ମହିଳା, ଏମିତି ରହିଛି ତାଲିବାନି ଆଇନକାନୁନ୍

କାବୁଲ: ଆଫଗାନିସ୍ତାନର ପ୍ରାୟ ପ୍ରତ୍ୟେକ ଅଂଶ ବର୍ତ୍ତମାନ ତାଲିବାନ ଦ୍ୱାରା ଅଧିକୃତ ହୋଇଛି, ଏହା ପରେ ଦେଶରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ନିଜକୁ ନିରାପଦରେ ଦେଶରୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି ଏବଂ ବିମାନବନ୍ଦରରେ ଏହାର ସ୍ପଷ୍ଟ ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏସବୁ ମଧ୍ୟରେ ଆଫଗାନିସ୍ତାନର ମହିଳାମାନଙ୍କ ମଧ୍ୟରେ ତାଲିବାନୀ ନିୟମକୁ ନେଇ ବହୁତ ଭୟ ରହିଛି। ଏହି ନିୟମଗୁଡ଼ିକ ମହିଳାମାନଙ୍କର ସ୍ୱାଧୀନତାକୁ ତୁଚ୍ଛ କରିବା ଭଳି । ଯେଉଁ ମହିଳା ଦେଶରୁ ବାହାରିବାରେ ସଫଳ ହୋଇଛନ୍ତି ସେମାନଙ୍କ ଖୁବ୍ ଭାଗ୍ୟବତୀ । ଆଉ ଯେଉଁ ମାନେ ଦେଶଷର ରହିଯାଇଛନ୍ତି ସେମାନଙ୍କ ପାଇଁ ସମସ୍ୟା ଏବେ ଖୁବ୍ ବଢ଼ିଯାଇଛି । ସେମାନଙ୍କୁ ଏବେ ତାଲିବାନ ମାନଙ୍କୁ ଅଜବ ଆଇନକାନୁନକୁ ମାନି ଚଳିବାକୁ ହେବ । ଯାହା ଖୁବ୍ କଷ୍ଟକର ।

ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ ମାନେ ଦେଶ ଉପରେ କବଜା କରିବା ପରେ ସେମାନେ ନିଜର ନିମୟକାନୁନ ଲାଗୁ କରିବେ । ଯାହା କି ମହିଳା ମାନଙ୍କୁ ନିଷ୍ପେଷିତ କରିବା ପରି । ତେବେ ଚାଲନ୍ତୁ ଜାଣିବା ମହିଳାମାନଙ୍କ ପାଇଁ କଣ ରହିଛି ତାଲିବାନି ନିୟମ ।

୧. ନିୟମ ଅନୁସାରେ, ମହିଳା ମାନେ ହାଇ ହିଲ୍ସ ପିନ୍ଧି ପାରିବେ ନାହିଁ । କାରଣ ହିଲ୍ସ ପିନ୍ଧିବା ଦ୍ୱାରା ସେଥିରୁ ଯେଉଁ ଶବ୍ଦ ବାହାରେ ତାହା ପୁରୁଷ ମାନଙ୍କୁ ଉତ୍ତେଜିତ କରେ । ତେଣୁ ହାଇହିଲ୍ସ ପିନ୍ଧିବା ଠିକ୍ ନୁହେଁ । ତେଣୁ ମହିଳା ମାନେ କଣ ପିନ୍ଧିବେ କଣ କରିବେ ତାହା ବି ତାଲିବାନି ମାନେ ସ୍ଥିର କରିବେ ।

୨. ସାର୍ବଜନୀକ ସ୍ଥାନରେ ବଡ଼ ପାଟିରେ କଥା ହୋଇପାରିବେ ନାହିଁ ମହିଳା । ତାଲିବାନ ନିୟମାନୁସାରେ, ଯଦି କୌଣସି ଅଜଣା ବ୍ୟକ୍ତି ମହିଳାଙ୍କ ପାଟିର ଶବ୍ଦ ଶୁଣିବା ଠିକ୍ ନୁହେଁ । ତେଣୁ ମହିଳା ମାନେ ବଡ଼ ପାଟିରେ କଥା ହେବା ମନା ।

୩. ଏହି ନିୟମ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ, ଯଦି କୌଣସି ମହିଳା ଦୁଇ ମହଲାରେ ରହୁଛନ୍ତି ତେବେ ସେମାନେ ବାଲକୋନୀକୁ ଆସିପାରିବେ ନାହିଁ । ଯଦ୍ୱାରା ଘରେ ରହୁଥିବା ମହିଳାଙ୍କୁ କେହି ଦେଖିପାରିବେ ନାହିଁ । ତେଣୁ ଘର ମାନଙ୍କରେ ବଡ଼ ବଡ଼ ସ୍କ୍ରିନ୍ ଲଗାଯାଇଥାଏ । ଏଥିସହିତ ୮ ବର୍ଷୀୟ ହେବାପରେ ମହିଳାଙ୍କୁ ପାଠ ପଢ଼ିବାକୁ ବାରଣ କରାଯାଇଥାଏ । କେବଳ କୁରାନ୍ ଅଧ୍ୟୟନ କରିବାର ଅନୁମତି ରହିଛି ।

୪. ମହିଳାମାନେ ଭିଡିଓ କି ଫଟୋ ଉଠାଇବାର କିମ୍ବା ସେମାନଙ୍କ ଫଟୋ କୌଣସି ଖବରକାଗଜ, ବହିରେ ବାହାର କରାଯାଇପାରିବ ନାହିଁ । ଏହା ବ୍ୟତୀତ କୌଣସି ପୁରୁଷ ସେମାନଙ୍କ ପତ୍ନୀର ଫଟୋ ସେମାନଙ୍କ ଫୋନରେ ରଖିପାରିବେ ନାହିଁ । ଆଉ ଯେଉଁ ମାନେ ଏହି ନିୟମ ବିରୋଧରେ ଯିବେ ସେମାନଙ୍କୁ ସଜ୍ଜା ଦିଆଯାଏ ।

୫. ମହିଳାମାନେ ରେଡିଓ କିମ୍ବା ଟେଲିଭିଜନରେ କାମ କରିପାରିବେ ନାହିଁ କିମ୍ବା ସେମାନେ ସେମାନଙ୍କର ଉପସ୍ଥାପନାକୁ କୌଣସି ପ୍ରକାରରେ ପ୍ରସାର କରାଯାଇପାରିବ ନାହିଁ । ଏହା ବ୍ୟତୀତ ସେମାନେ କୌଣସି ସାଧାରଣ ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ। ଅନ୍ୟାନ୍ୟ ନିୟମ ବିଷୟରେ କହିବାକୁ ଗଲେ, ମହିଳାମାନେ ମୋଟରସାଇକେଲ ଚଲାଇ ପାରିବେ ନାହିଁ, ସେମାନେ ବିନା ପୁରୁଷ ସାଥୀ ଯଥା ମେହରାମରେ ଟ୍ୟାକ୍ସିରେ ଯାତ୍ରା କରିପାରିବେ ନାହିଁ । ପୁରୁଷ ଏବଂ ମହିଳାଙ୍କୁ ସମାନ ବସ୍ ରେ ଯାତ୍ରା ନକରିବା ପାଇଁ ଅଲଗା ବସ୍ ସେବା ଆରମ୍ଭ ହୋଇପାରେ ।

 

Get real time updates directly on you device, subscribe now.