fbpx

ଆଜି କ’ଣ ନିଷ୍ପତ୍ତି ଶୁଣାଇବେ ଏସଡିଜେଏମ କୋର୍ଟ: ତପସ୍ୱିନୀ ଶାଶୂଘରକୁ ଯିବେ ନା ପୁଣି ଧାରଣାରେ ବସିବେ (See Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଏସଡିଜେଏମ କୋର୍ଟରେ ହେବ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲାର ଶୁଣାଣି । କାହା ପକ୍ଷର ଓକିଲ କୋର୍ଟରେ କ’ଣ ଉପସ୍ଥାପନ କରିବେ ଆଉ କୋର୍ଟଙ୍କ ନିଷ୍ପତ୍ତି କାହା ସପକ୍ଷରେ ଯିବ ତାହାକୁ ନେଇ ବଢ଼ୁଛି ସସପେନ୍ସ । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସୁମିତ ଭଡ଼ାଘର ଖୋଜୁଥିବା ବେଳେ ଦୁହେଁ ଆଗକୁ ଭଡ଼ାଘରେ ରହିବେ ନା ଆଗକୁ ମାମଲା ଏମିତି ଜାରି ରହିବ ତାହା କହିବା ମୁସ୍କିଲ । ବିଚାରପତିଙ୍କ ଦୁଇ ପଦର ନିଷ୍ପତ୍ତି ଉପରେ ନିର୍ଭର କରୁଛି ଏହି ଦମ୍ପତ୍ତିଙ୍କ ଭାଗ୍ୟ । ତେବେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କେସ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଥିବା ବେଳେ ବର୍ଷା ଶାଶୂ ଘରେ ରହୁଛନ୍ତି । ତେଣୁ ତପସ୍ୱିନୀଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହୋଇପାରେ ବା ନ ହୋଇ ବି ପାରେ । ବିଚାରପତିଙ୍କ ରାୟ ଆସିବା ପରେ ସମସ୍ତ କଳ୍ପନାଜଳ୍ପନା ଉପରୁ ପରଦା ହଟିବ ।

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ସୁମିତ ଆସିକା ଚିନିଶିଳ୍ପ ଡାକ ବଙ୍ଗଳାରୁ ଫେରାର ହେବା ପରେ ୧୭ ତାରିଖ ଶୁଣାଣିର ପୂର୍ବଦିନ ଏକ ଅଡିଓ କ୍ଲିପ୍ ରିଲିଜ୍ କରିଥିଲେ । ଅଯଥାରେ ତପସ୍ୱିନୀ ତାଙ୍କୁ ବଦନାମ କରୁଥିବା ସେ ଅଡିଓ ମାଧ୍ୟମରେ କହିଥିଲେ । ୧୭ ତାରିଖ ଦିନ ଏସଡିଜେଏମ୍ କୋର୍ଟ ଏହି ମାମଲାର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ସେହିପରି ଅନ୍ୟପଟେ ଏସଡିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁମିତ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିଲେ । ତାହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ଗତକାଲି ଆଡିସନାଲ ଏସପି, ଏସଡିପିଓଙ୍କ ସହିତ କିଛି ପୋଲିସ ଅଧିକାରୀ ତପସ୍ୱିନୀଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲେ । ସୁମିତ କେଉଁଠି ଅଛନ୍ତି ଓ କେଉଁଠାରେ ଚିକିତ୍ସିତ ହେଉଛନ୍ତି ବୋଲି ପୋଲିସ ସୁମିତଙ୍କ ବାପା ପ୍ରମୋଦଙ୍କୁ ପ୍ରଶ୍ନ କରିଥିଲା । ମାତ୍ର ପ୍ରମୋଦ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ ।

Get real time updates directly on you device, subscribe now.