fbpx

(Video) ଆଜିର ଶୁଣାଣି ବଦଳାଇପାରେ ଭାଗ୍ୟ: ନ୍ୟାୟ ପାଇଁ ବ୍ରହ୍ମପୁର ଅଭିମୁଖେ ବାହାରିଲେ ତପସ୍ୱିନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଇତିମଧ୍ୟରେ ଥମିବାର ନାଁ ଧରୁନାହିଁ । ପୂର୍ବରୁ ସୁମିତଙ୍କ ପକ୍ଷରୁ ମଗାଯାଇଥିବା ୭ ଦିନିଆ ଅବଧି ସରିଯିବା ପରେ ଆଜି ହେବ ଏସଡିଜେଏମ୍ କୋର୍ଟରେ ଶୁଣାଣି । ତେବେ ସୁମିତଙ୍କ ଦେହ ଅସୁସ୍ଥ ଥିବାରୁ ସେ କୋର୍ଟକୁ ଆସି ନପାରନ୍ତି ବୋଲି ତାଙ୍କର ଓକିଲ କହିଥିଲେ । ଅନ୍ୟପଟେ ତପସ୍ୱିନୀ ନ୍ୟାୟ ପାଇଁ ଆସିକାରୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଅଭିମୁଖେ ବାହାରିଛନ୍ତି ।

ଗତ ୧୦ ତାରିଖରେ ସୁମିତ ଅଚାନକ ଫେରାର ହେବା ପରେ ଏହି ମାମଲାଟି ଅଧିକ ଜଟିଳ ହୋଇଯାଇଥିଲା । ମିଡ଼ିଆରେ ସୁମିତଙ୍କ ବିରୋଧରେ ତପସ୍ୱିନୀ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ନେଇ ବିଷୋଦଗାର କରିବା ସହ ଏସଡିଜେଏମ କୋର୍ଟରେ ଅଭିଯୋଗ ମଧ୍ୟ ଦାୟର କରିଥିଲେ । ଇତିମଧ୍ୟରେ ଗତକାଲି ସୁମିତ ଏକ ଅଡିଓ ରେକର୍ଡ ରିଲିଜ୍ କରିଥିଲେ । ଅଯଥାରେ ତପସ୍ୱିନୀ ତାଙ୍କୁ ବଦନାମ କରୁଥିବା ସେ କହିଥିଲେ । ଏହାର ଜବାବରେ ତପସ୍ୱିନୀ କହିଥିଲେ ଯେ, ସୁମିତ ମୋତେ ନ ଜଣାଇ କାହିଁକି ହଠାତ୍ ଗାଏବ ହୋଇଯାଇଥିଲେ? ଯଦି ତାଙ୍କର ଦେହ ଖରାପ ଥିଲା, ତେବେ ସେ ମୋତେ ଜଣାଇ ପାରିଥାନ୍ତେ । ଗୋଟିଏ ଝିଅର ଜୀବନ ନଷ୍ଟ କରି ସୁମିତ କେଉଁ ପୂଣ୍ୟ ଅର୍ଜନ କରିଛନ୍ତି । ମୁଁ ନ୍ୟାୟ ପାଇବା ପର୍ଯ୍ୟନ୍ତ ଏ ଲଢ଼େଇ ଜାରି ରଖିବି ।

Get real time updates directly on you device, subscribe now.