fbpx

ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା: ପୁଣି ୧୫ ଦିନ ଛୁଟିରେ ସୁମିତ୍

ଗଞ୍ଜାମ: ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ୍ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଲେ ସୁମିତ୍ । ସୁମିତଙ୍କ ଛୁଟି ବଢ଼ାଇବା ନେଇ ତାଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ସୂଚନା ।

ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ ମାମଲାରେ ଦିନକୁ ଦିନ ନୂଆ ନୂଆ କାହାଣୀର ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି । ଗତ ୨୦ ତାରିଖରେ କିଛି ମହିଳା ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ ଶ୍ୱଶୁର ଘର ମେନ ଗେଟ୍ ଭାଙ୍ଗି ଭିତରକୁ ପସିଥିଲେ । ଏହାପରେ ଉକ୍ତ ଅଞ୍ଚଳରେ ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଥିଲା । ସୁମିତଙ୍କ ବାପା ପୋଲିସରେ ଏନେଇ ଅଭିଯୋଗ କରିବା ସହ ତାଙ୍କ ଜେଜେ ମାଆ ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଗୁହାରି କରିଥିଲେ । ତେବେ ମାମଲାରେ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହାଁନ୍ତି, ଏବଂ କାମରୁ ଛୁଟି ପରେ ଛୁଟି ନେଇ ଲୁଚିଥିବାର ଅଭିଯୋଗ ହୋଇଛି ।

Get real time updates directly on you device, subscribe now.