fbpx

ବିପରୀତ ଲିଙ୍ଗ ସହିତ ବନ୍ଧୁତା ଯୌନାକାଂକ୍ଷା ପୂରଣର ଆମନ୍ତ୍ରଣ ନୁହେଁ: ପୋକ୍ସୋ କୋର୍ଟ

ନୂଆଦିଲ୍ଲୀ: ଜଣେ ମହିଳା ଯଦି ବିପରୀତ ଲିଙ୍ଗ ବା କୌଣସି ପୁରୁଷଙ୍କ ସହିତ ବନ୍ଧୁତା କରୁଛନ୍ତି ଏହାର ମାନେ ନୁହେଁ କି ସେ ସେକ୍ସ ପାଇଁ ପ୍ରସ୍ତୁତ । ୧୩ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ଏଭଳି ମତ ଦେଇଛନ୍ତି ପୋକ୍ସୋ କୋର୍ଟ । ଜଣେ ୨୦ ବର୍ଷୀୟ ଯୁବକ ନିଜର ଦୂର ସମ୍ପର୍କୀୟ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିଲା । ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ପ୍ରୀତି କୁମାର ଘୁଲେ ଏହି ମାମଲାର ବିଚାର କରି ୧୦ ବର୍ଷର ସଜ୍ଜା ନିଷ୍ପତ୍ତି ଶୁଣାଇଛନ୍ତି । ଏହି ରାୟ ଆଜିର ଯୁବପିଢିକୁ ସଚେତନ ହେବାରେ ସହାୟକ ହେବ ବୋଲି କହିଛନ୍ତି ବିଚାରପତି । ଏହି ବୟସରେ ନିଜର ଯୌନାକାଂକ୍ଷା ଚରିତାର୍ଥ କରିବା ପାଇଁ ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି । ଯେଉଁ ବୟସରେ ଆଗକୁ ବଢିବା କଥା ସେହି ବୟସରେ ଯୁବପିଢି ନିଜର କ୍ୟାରିୟର ନଷ୍ଟ କରୁଥିବା ନେଇ ବିଚାରପତି ଚିନ୍ତାବ୍ୟକ୍ତ କରିଥିଲେ ।

କୋମଳମତି ବୟସରୁ ଦୁଷ୍କର୍ମର ଶିକାର ହୋଇଥିବା ବାଳିକା ଜଣଙ୍କ ସାରାଜୀବନ ଅତ୍ୟନ୍ତ କଷ୍ଟରେ କାଟିବେ । ଯୁବକଙ୍କ କୁକର୍ମର ଭାର ସାରାଜୀବନ ଯୁବତୀ ଜଣଙ୍କ ଭୋଗିବେ । ଅଭିଯୁକ୍ତ ଜଣଙ୍କ ନିଜ କୁକର୍ମର ପ୍ରାୟଶ୍ଚିତ କରୁଥିବା ବେଳେ ଦିଆଯାଇଥିବା ଦଣ୍ଡ ଯଥେଷ୍ଟ ବୋଲି ଜଜ କହିଛନ୍ତି । ଏହି ଯୁବତୀଙ୍କ ବାହାଘର ଭାଙ୍ଗି ଯାଉଥିବା କାରଣରୁ ସହାୟତା ପାଇଁ ଜିଲ୍ଲା ଆଇନ ସେବା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Get real time updates directly on you device, subscribe now.