fbpx

ଗରମ ପାଣି ପିଉଛନ୍ତି କି? ସାବଧାନ! ଭୋଗି ପାରନ୍ତି ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା

କରୋନା ସମୟରେ ହେଉକି ଶୀତଦିନରେ ଲୋକଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି । ଏହି ଶୀତର ଲହରୀ ବଢିବା ସହିତ କରୋନା ପାଇଁ ଲୋକ ମାନଙ୍କର ନିତିଦିନିଆ ଖାଦ୍ୟ ପେୟରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି । ଗରମ ପାଣିକୁ ପିଇବା ନିତ୍ୟ ବ୍ୟବହାର୍ଯ୍ୟରେ ପରିଣତ କରିବାକୁ ଅନେକ ବିଶେଷଜ୍ଞ ମାନଙ୍କର ମଧ୍ୟ ସହମତି ରହିଛି । ହେଲେ ଗରମପାଣି ଓ ଉଷୁମ ପାଣି ମଧ୍ୟରେ ଫରକ ନଜାଣି ବହୁତ ଗରମ ପାଣି ପିଇବାର ଅଭ୍ୟାସ କରିସାରିଲେଣି । ହେଲେ ଅଧିକାଂଶ ସମୟରେ ଗରମ ପାଣି ପିଇବା ଦ୍ୱାରା ଶରୀରରେ ଅନେକ ଖରାପ ପ୍ରଭାବ ପକାଇବା ପରିଲକ୍ଷିତ ହୋଇଛି । ତେବେ ଆସନ୍ତୁ ଏକ ନଜର ପକାଇବା ଗରମ ପାଣି ପିଇବା ଦ୍ୱାରା ହେଉଥିବା କୁପ୍ରଭାବ ଉପରେ ।

ଗରମ ପାଣି ପିଇବା ଦ୍ୱାରା ପେଟ ଭର୍ତ୍ତି ରୁହେ ଯଦ୍ୱାରା ଭୋକ ସହଜରେ ଲାଗିନଥାଏ । କେତେଜଣଙ୍କର ଏ ଅଭ୍ୟାସ ଦ୍ୱାରା ଅସ୍ୱାଭାବିକ ଭାବରେ ଓଜନ କମିଜିବାର ମଧ୍ୟ ଦେଖାଯାଇଥାଏ ।

ଆପଣ ଗରମ ପାଣିକୁ ଏପରି ଭାବରେ ପିଇବାର ଅଭ୍ୟାସ କରନ୍ତୁ, ଅଧଗ୍ଲାସ ଗରମ ପାଣିରେ ଅଧଗ୍ଲାସ ସାମାନ୍ୟ ତାପମାତ୍ରା ଥିବା ପାଣି ମିଶାନ୍ତୁ । ଏପରି ପାଣି ପିଇବା ଦ୍ୱାରା ଆପଣଙ୍କର ଖାଦ୍ୟ ହଜମ ହେବା ସହିତ ପାଚନ ଶକ୍ତି ମଧ୍ୟ ବଢିଥାଏ ।

ଅଧିକ ଥର ଗରମ ପାଣି ପିଇଲେ, ତ୍ୱଚାରେ ଭାଙ୍ଗ ପଡେ଼ । ଏପରିକି କେତେକ କ୍ଷେତ୍ରରେ କେଶ ଝଡ଼ିବାର କାରଣ ମଧ୍ୟ ଲକ୍ଷ କରାଯାଇଛି ।

ଦିନକୁ ୫ କି ୬ ଥର ଗରମ ପାଣି ପିଇବା ଦ୍ୱାରା ଏହା ବୃକକ ଉପରେ ମଧ୍ୟ ପ୍ରଭାବ ପକାଇବା କଥା ନଜର କରାଯାଇଛି ।

ଗରମ ପାଣି ପିଇବା ଦ୍ୱାରା ମସ୍ତିଷ୍କ କୋଷ ମଧ୍ୟ ପ୍ରଭାବିତ ହେଉଥିବା ର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ତେଣୁ ଏକାଧିକ ଥର ଗରମ ପାଣି ପିଇବାର ଭୁଲ କରନ୍ତୁନି । ଯଦି ସମ୍ଭବ ତେବେ ନଖଉଷୁମ ପାଣି ନଚେତ ସାଧା ପାଣି ପିଇବାର ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଆପଣଙ୍କ ପାଚନ ଶକ୍ତି ଭଲ ରହିବା ସହ ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିପାରିବେ ।

Get real time updates directly on you device, subscribe now.