ଆମେରିକା-ଚୀନ ଭିତରେ ଲାଗିଛି ଟାରିଫ୍ ଯୁଦ୍ଧ, ଆମେରିକା ଉପରେ ୮୪% ଟାରିଫ କଷିଲେ ଜିନପିଙ୍ଗ

ସାଂଘାଇ: ଆମେରିକା ଉପରେ ୮୪% ଟାରିଫ ଲଗାଇଲା ଚୀନ । ଅ।।ମେରିକାରୁ ଆମଦାନୀ ହେବାକୁ ଥିବା ସମସ୍ତ ସାମଗ୍ରୀ ଉପରେ ୮୪% ଟାରିଫ୍ ଲଗାଇଛି ଚୀନ ।

୧୦ ତାରିଖ ଅର୍ଥାତ୍ ଆସନ୍ତା କାଲିଠଶରୁ ବର୍ଦ୍ଧିତ ଟାରିଫ ଲାଗୁ ନେଇ ସୂଚନା ଦିଆଯାଇଛି ।

ପୂର୍ବରୁ ଚାଇନା ଜିନପିଙ୍ଗ ପ୍ରଶାସନ ଆମେରିକା ଉପରେ ୩୪% ଟାରିଫ ଲାଗୁ କରିଥିଲେ । କିନ୍ତୁ ଗତକାଲି ଆମେରିକା ଚୀନ୍ ଉପରେ ୧୦୪% ଟାରିଫ୍ ଘୋଷଣା କରିବା ପରେ ଚୀନ ପକ୍ଷରୁ ଟାରିଫ୍ ବଢ଼ାଯାଇଥିବା ଆଲୋଚନା ହେଉଛି ।