fbpx

ଟାଙ୍ଗିଆ ଚୋଟରେ ଗଲା ଶିକ୍ଷକଙ୍କ ଜୀବନ; ପିଅନ ଅଟକ !

ମାଲକାନଗିରି: ଆଜି ନୂତନ ବର୍ଷରେ ସବୁଠି ମଜା ମସ୍ତି ଦେଖିବାକୁ ମିଳିଛି । କିଏ ପରିବାର ସହ ଯାଇ ଠାକୁରଙ୍କ ଦର୍ଶନ କରୁଛି ତ ଆଉ କିଏ ସାଙ୍ଗସାଥିଙ୍କ ସହ ବୁଲାବୁଲି କରୁଛି । ଏହିସବୁ ଭିତରେ ବି ଆଜି ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକି ସାରାଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଛି । ତେବେ ଏହି ହତ୍ୟା ପିଅନ କରିଥିବା ଜଣାପଡିଛି । ଏଥିସହିତ ସେ ଏକ ଟାଙ୍ଗିଆରେ ଶିକ୍ଷକଙ୍କୁ ହାଣି ହତ୍ୟା କରିଛି । ଫଳରେ ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ତେବେ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଏବଂ ପିଅନ ମଧ୍ୟ କୌଣସି ଏକ କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ଯାହାଫଳରେ ପିଅନ ଉତ୍ୟକ୍ତ ହୋଇ ଏକ ଡାଙ୍ଗିଆରେ ହାଣି ସାରଙ୍କୁ ହାଣି ହତ୍ୟା କରିଛି ।

ତେବେ ଏହି ଘଟଣାର ଖବର ପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏଥିସହିତ ଶିକ୍ଷକଙ୍କ ମୃତ ଦେହକୁ ଜବତ କରିବା ପୋଲିସ ପିଅନକୁ ଅଟକ ରଖି ପଚରା ଉଚରା ଚଳାଇଛି । ତେବେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.