fbpx

ସ୍କୁଲ ମଧ୍ୟରେ ରାସଲୀଳା ବେଳେ ଧରାପଡିଲେ ଶିକ୍ଷକ; କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ମିଳିଲା ହତ୍ୟା ଧମକ, ଥାନାରେ ମାମଲା

ବେଗୁନିଆପଡା(ଓଡ଼ିଶା ଭାସ୍କର): ବିଦ୍ୟାଳୟ ଭଳି ଏକ ପବିତ୍ର ଅନୁଷ୍ଠାନ ଭିତରେ ରଙ୍ଗିଲା ଶିକ୍ଷକଙ୍କ ରଙ୍ଗିଲା କର୍ମ। ରଙ୍ଗେ ହାତ ଧରାପଡିଲେ ଆଉ ଜଣେ ଶିକ୍ଷୟିତ୍ରୀଙ୍କ ହାତରେ। ଘଟଣାକୁ ପ୍ରଘଟ ନକରିବା ପାଇଁ ଉକ୍ତ ଶିକ୍ଷକ ଧମକ ଦେବା ସହ ଆକ୍ରମଣ କରି ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଧରି ଚମ୍ପଟ ମାରିବା ନେଇ କୋଦଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଯେଉଁ ଘଟଣାକୁ ନେଇ ବେଗୁନିଆପଡା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଛି।
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ କ୍ଲାସ ସରିବା ପରେ ଅପରାହ୍ନ ସମୟରେ ସମସ୍ତ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଯିବା ପରେ ଉକ୍ତ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ସୁପ୍ରିୟା ସ୍ବାଇଁଙ୍କ ଭେନିଡ଼ ବିଦ୍ୟାଳୟ କାର୍ଯ୍ୟାଳୟରେ ଛାଡି ଯାଇଥିବା ବାଟରେ ମନ ପଡ଼ିଥିଲା । ଏହା ପରେ ସ୍କୁଲକୁ ଫେରି ଆସି ଦେଖିଲେ ବିଦ୍ୟାଳୟ ଫାଟକ ଭିତରୁ ବନ୍ଦ ଅଛି। ସେ ଏହି ଫଟକକୁ ଖୋଲି ଆସି କାର୍ଯ୍ୟାଳୟ ନିକଟକୁ ଆସି କବାଟ ଭିତରୁ ବନ୍ଦ ଥିବା ଦେଖି କବାଟ ଖୋଲିବା ପରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀ ସେହି ବିଦ୍ୟାଳୟର ଜନୈକା ଶିକ୍ଷୟିତ୍ରୀଙ୍କ ସହ ଅସଂଯତ ଅବସ୍ଥାରେ ଅଛନ୍ତି। ସୁପ୍ରିୟାକୁ ହଠାତ ସେମାନେ ଦେଖି ଆଶ୍ଚର୍ଯ୍ୟ ହେବା ସହ ଏଠାକୁ କାହିଁକି ଆସିଲ ବୋଲି ପଚାରିବା ସହ ଏ କଥା କାହାରିକୁ କହିବନାହିଁ ବୋଲି ଧମକ ଦେଇଥିଲେ। ଡାପରେ ଶକ୍ତ ଚାପୁଡ଼ା ମାରି ତାଙ୍କ ବେକକୁ ଚିପି ଦେଇଥିଲେ। ସୁପ୍ରିୟା ଅସ୍ତବ୍ୟସ୍ତ ହୋଇ ଫାଟକ ବାହାରକୁ ଦୌଡ଼ି ଆସି ଲୋକଙ୍କୁ ଡାକ ପକାଇଥିଲେ।

ସେହି ସମୟରେ ପ୍ରକାଶ ଗାଡ଼ିରେ ଆସି ପୁଣି ସୁପ୍ରିୟାଙ୍କୁ ଧକ୍କା ମାରି ଚାଲିଯାଇଥିଲେ। ସୁପ୍ରିୟା ସମସ୍ତ ଘଟଣା ଗାଁ ଲୋକଙ୍କ ସାମ୍ନାରେ କହିବା ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସା ହେବା ପରେ ଘଟଣା ସମ୍ପର୍କରେ ବେଗୁନିଆପଡା ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଥିଲେ । ସେ ବାହାର ଜିଲ୍ଲାର ଶିକ୍ଷୟିତ୍ରୀ ହୋଇଥିବା ଯୋଗୁଁ ସେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପୋଲିସ ସମ୍ମୁଖରେ ପ୍ରକାଶ କରିବା ସହ ତୁରନ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଯେଉଁ ଏତଲାକୁ ଭିତ୍ତି କରି ପୋଲିସ ୬୧୯/୨୦୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଅରମ୍ଭ କରିଛି । ଏକ ପବିତ୍ର ଶିକ୍ଷାନୁଷ୍ଠାନ ଭିତରେ ଶିକ୍ଷକଙ୍କ ଓ ଶିକ୍ଷୟିତ୍ରୀଙ୍କ ଏ ପ୍ରକାର କାର୍ଯ୍ୟ ଦୀର୍ଘ ଦିନ ଆଗରୁ ଚାଲି ଆସୁଥିବା ବେଳେ ପିଲା ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

Get real time updates directly on you device, subscribe now.