fbpx

ସପ୍ତମ ଦିନରେ ତପସ୍ୱିନୀଙ୍କ ଆନ୍ଦୋଳନ: ୫ଟି ଭୁଲ ପାଇଁ ଅଡୁଆରେ ଡାକ୍ତର ସୁମିତ ସାହୁଙ୍କ ବାପା; ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସପ୍ତମ ଦିନରେ ପହଞ୍ଚିଛି ତପସ୍ୱିନୀଙ୍କ ଆନ୍ଦୋଳନ । ଶାଶୁ ଘର ସାମ୍ନାରେ ବସି ରହିଥିବା ବେଳେ ଭାଇରାଲ ଅଡିଓ ରେକର୍ଡିଂ ଶ୍ୱଶୁରଙ୍କ ମନ୍ଦ ଉଦ୍ଦେଶ୍ୟ ଆଡକୁ ଇଙ୍ଗିତ କରୁଛି । ଏହି ରେକର୍ଡି ତାଙ୍କୁ ଅଡୁଆରେ ପକାଇବାର ସମ୍ଭାବନା ରହିଥିବା ବେଳେ ଆସନ୍ତୁ ନଜର ପକାଇବା ଡାକ୍ତର ସୁମିତ ସାହୁଙ୍କ ପିତାଙ୍କ ୫ଟି ଭୁଲ ଉପରେ ।
ପ୍ରଥମ ଭୁଲ: ପୁଅ ଡ଼କ୍ତରୀ ପାଇଥିବା ବେଳେ, ବାହାଘର ପାଇଁ ପସନ୍ଦ କରିଥିବା ଝିଅ କଣ କରୁଛି ବୋଲି ପ୍ରଶ୍ନ କରିବା ସହିତ ବାପା ପଚାରୁଥିଲେ ସେ ଝିଅର ବୋଝ ଉଠେଇବାକୁ ତୁ କାହିଁକି ଚାହୁଁଛୁ? ତେବେ ତପସ୍ୱିନୀ ଡ଼ାକ୍ତରୀ ପାଇଥିଲେ ବି ଘରର ପରିସ୍ଥିତି ପାଇଁ ଆଗକୁ ପଢି ପାରି ନଥିବା ବେଳେ ମାମୁଲି ଗୋଟେ ଗ୍ରାଜୁଏଟ ଝିଅକୁ କାହିଁକି ବାହା ହେବାକୁ ମନ ବଳାଉଛୁ କହି ପୁଅକୁ ବାପା ଭ୍ରମିତ କରୁଥିଲେ । ଯାହା କଲ ରେକର୍ଡ଼ିଂରୁ ସ୍ପଷ୍ଟ ଜଣା ପଡ଼ୁଛି ।

ଦ୍ୱିତୀୟ ଭୁଲ: କଲ୍ ରେକର୍ଡ଼ ଆଧାରରେ ଡ଼ାକ୍ତର ସୁମିତ ତପସ୍ୱିନୀଙ୍କ ସହ ବାହା ହେବାକୁ ଖୁବ ସିରିୟସ ଥିଲେ । କିନ୍ତୁ ବାପାଙ୍କର ଏଥିରେ ଆଦୌ ଇଚ୍ଛା ନଥିଲା । ଯେଉଁଥିପାଇଁ ପୁଅର ଗ୍ରହ ରିଷ୍ଟ ଅଛି ବୋଲି କହିବା ସହ ତପସ୍ୱିନୀ ତାଙ୍କୁ ଗୁଣି ଗାରେଡ଼ି କରିଛନ୍ତି ବୋଲି ମଧ୍ୟ ବାପା ମତାଉଥିଲେ ।

ତୃତୀୟ ଭୁଲ: ଏପଟେ ଡ଼ାକ୍ତର ସୁମିତ ସାହୁ ନିଜେ ମାନିଛନ୍ତି ଯେ ତପସ୍ୱିନୀଙ୍କ ସହ ତାଙ୍କର ରେଜିଷ୍ଟ୍ରି ମ୍ୟାରେଜ ହୋଇଛି ଆଉ ତପସ୍ୱିନୀ ଆସି ତାଙ୍କ ଘରେ ବାପା ମା ଙ୍କ ସହିତ ଦୁଇମାସ କାଳ ରହିଛନ୍ତି । ହେଲେ ତାପରେ ବି କାହିଁକି ଘରୁ ବୋହୁକୁ ବାହାର କରିଦିଆଗଲା ତାହା ଏବେ ପ୍ରଶ୍ନ ଘେରରେ ।

ଚତୁର୍ଥ ଭୁଲ: ତେବେ ଉଭୟ ରେଜିଷ୍ଟ୍ରି ମ୍ୟାରେଜ କରିଥିବା ବେଳେ ପୁଣିଥରେ ବୈଦିକ ରୀତିନୀତିରେ ବାହାଘର ଚାହୁଁଥିଲେ ବାପା । ହେଲେ ବାହାଘର ପାଇଁ ତାରିଖ ଧାର୍ଯ୍ୟ କରି ମଧ୍ୟ ଆସିଲେନି । ଏପଟେ କାର୍ଡ଼ ଛପାହେଲା ଆଉ ବୋହୁ ବେଶରେ ସଜେଇ ହୋଇ ଅପେକ୍ଷା କଲେ ତପସ୍ୱିନୀ କିନ୍ତୁ ପୁଅକୁ ଲୁଚେଇ ରଖିଲେ ବାପା । ଯେଉଁଥିପାଇଁ ତପସ୍ୱିନୀ ଧାରଣାରେ ବସିଲେ ।

ପଞ୍ଚମ ଭୁଲ: ଏସବୁ ପରେ ବି ପରିସ୍ଥିତି ଯେତେବେଳେ ଆୟତ୍ତରେ ଥିଲା ଏବଂ ତପସ୍ୱିନୀ ଶଶୁର ଘର ସାମ୍ନାକୁ ନ୍ୟାୟ ପାଇଁ ଆସିଲେ ଆଉ ବୋହୂ ଭାବେ ତାଙ୍କୁ ସ୍ୱିକାର କରିବାକୁ କହିଲେ । ସେତେବେଳେ ଶଶୁର ଭାବେ ବୁଝିବା ଚେଷ୍ଟା ନକରି ବରଂ ତାଟି କବାଟ ବନ୍ଦ କରିଦେଲେ । ଆଉ ବୋହୂ ଧାରଣାରେ ବସିବା ପରେ ବି ଦୀର୍ଘ ଦୁଇ ତିନି ଦି ପର୍ଯ୍ୟନ୍ତ କିଛି ଶୁଣି ନଥିଲେ ସେ ।

ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.