fbpx

ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ (ଭାସ୍କର ନ୍ୟୁଜ୍):  ଆସନ୍ତାକାଲି ଅର୍ଥାତ ସୋମବାର ଦିନ ମାର୍ଗଶିର କୃଷ୍ଣ ଦଶମୀ ତିଥିରେ ଶ୍ରୀଜୀଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ନୀତି ଅପରାହ୍ନରେ ସମ୍ପନ୍ନ ହେବ। ତେଣୁ ସୋମବାର ଅପରାହ୍ନ ୪ଟାରୁ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।

 

ସୂଚନା ମୁତାବିକ, ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା ପରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ସମ୍ପନ୍ନ ହେବ । ଶ୍ରୀବିଗ୍ରହଙ୍କ ଏହା ଏକ ଗୁପ୍ତ ନୀତି ବୋଲି ସେବକମାନେ ସୂଚନା ଦେଇଛନ୍ତି । ତେବେ ସୋମବାର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ପଇତା ଲାଗି ସମୟ ଧାର୍ଯ୍ୟ ହୋଇଛି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ସେବା ଅନୁଷ୍ଠିତ ହେବ।

 

 

Get real time updates directly on you device, subscribe now.