ଶିକ୍ଷକଙ୍କ ବିରୋଧ ପରେ ପୁଣି ସ୍କୁଲ ସମୟ ପରିବର୍ତ୍ତନ କଲେ DEO, ଏଣିକି ରହିବେ…
ସ୍କଲରେ ସାଢେ 10ଟା ଯାଏଁ ରହିବେ ଶିକ୍ଷକ ।
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସ୍କୁଲ ଶିକ୍ଷକଙ୍କ ସମୟରେ ପରିବର୍ତ୍ତନ । ଏଣିକି ସମସ୍ତ ଶିକ୍ଷକ ସ୍କୁଲରେ ସକାଳ ସାଢେ 6ଟାର ସାଢେ 10 ଟା ଯାଏଁ ରହିବେ । ଆଗରୁ ସ୍କଲରେ ସାଢ଼େ 12ଟା ଯାଏଁ ରହିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଥିଲା ।
କିନ୍ତୁ ଏହାକୁ ବିରୋଧ କରୁଥିଲେ ସ୍କୁଲ ଶିକ୍ଷକ । ସେମାନ ସମୟସୀମା କମାଇବା ପାଇଁ ଦାବି କରୁଥିଲେ । ଖରାକୁ ଦୃଷ୍ଟିରେ ରଖି ସମସସୀମା ଧାର୍ଯ୍ୟ କରିବା ପାଇଁ ସ୍କୁଲ ଶିକ୍ଷକମାନେ ଦାବି କରି ଆସୁଥିଲେ ।
ଏହାକୁ ବିଚାର କରି ସ୍କୁଲ ଶିକ୍ଷକଙ୍କ ସମୟକୁ କମାଇଛନ୍ତି ଶିକ୍ଷା ଅଧିକାରୀ । ଏଣିକି ସାଢେ 12ଟା ପରିବର୍ତ୍ତେ ସ୍କୁଲରେ ସକାଳ ସାଢ଼େ 10ଟା ଯାଏଁ ରହିବେ ଶିକ୍ଷକ ।
ଖରା ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସକାଳ ସାଢେ 6ଟାରୁ ସାଢେ 10ଟା କରାଯାଇଛି । ଏହାପରେ ଖୋର୍ଦ୍ଧା ଡିଇଓଙ୍କ ପକ୍ଷରୁ ଚିଠି କରି କୁହାଯାଇଥିଲା ଯେ, ସ୍କୁଲରେ ଛାତ୍ରଛାତ୍ରୀ ସାଢେ 10ଟା ଯାଏଁ ରହିବେ । ଏହାପରେ ବିଦ୍ୟାଳୟରେ ଅନ୍ୟ ଅଫିସିଆଲ କାର୍ଯ୍ୟ ପାଇଁ ସାଢେ 12ଟା ଯାଏଁ ରହିବେ ।
ତେବେ ଭୀଷଣ ଖରାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ସ୍କୁଲ ସମୟକୁ ସାଢେ 10ଟା କରିବା ପାଇଁ ଜିଦି କରିଥିଲେ । ଏହାପରେ ବର୍ତ୍ତମାନ ସାଢେ 10ଟା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।