fbpx

ଶିକ୍ଷକ, ଶିକ୍ଷୟିତ୍ରୀମାନେ ଜିନ୍ସ, ଲେଗିଙ୍ଗସ ଓ ଟି-ଶାର୍ଟ ପିନ୍ଧି ପାରିବେ ନାହିଁ: ସ୍କୁଲକୁ ପରିଷ୍କାର, ଫର୍ମାଲ ଡ୍ରେସରେ ଆସିବାକୁ ପଡ଼ିବ, ଲାଗୁ ହେଲା ନିୟମ

ନୂଆଦିଲ୍ଲୀ: ସ୍କୁଲ ହେଉଛି ଶିକ୍ଷାର ପବିତ୍ର ମନ୍ଦିର । ଏହି ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଶିକ୍ଷା ଗ୍ରହଣ କରିବା ସହିତ ଜୀବନରେ ଅନେକ କଥା ଶିଖିଥାନ୍ତି । ତେବେ ଅନେକ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍କୁଲକୁ ସେମାନଙ୍କର ମନଇଚ୍ଛା ପୋଷାକ ପିନ୍ଧି ଆସିଥାନ୍ତି । ଏହା ଛାତ୍ରଛାତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହାକୁ ନେଇ ଅନେକ ସମୟରେ ବିଭିନ୍ନ ରାଜ୍ୟରେ ନୂଆ ନୂଆ ନିୟମ ମଧ୍ୟ ଲାଗୁ ହୋଇଛି ।

ତେବେ ଏହା ମଧ୍ୟରେ ଆସାମ ସରକାର ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ଏକ ନୂଆ ଡ୍ରେସ କୋଡ୍ ନିୟମ ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଥିବା ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମନେ ଜିନ୍ସ, ଲେଗିଙ୍ଗସ, ଟି-ଶାର୍ଟ ପିନ୍ଧି ପାରିବେ ନାହିଁ । ସ୍କୁଲ ପରିସରରେ ଶିକ୍ଷକଙ୍କ ପାଇଁ ଏହିସବୁ ପୋଷାକକୁ ବ୍ୟାନ କରି ଦିଆଯାଇଛି । ଏନେଇ ରାଜ୍ୟ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ଅଫିସିଆଲ ଭାବେ ନୋଟିଫିକେସନ ଜାରି କରାଯାଇଛି ।

ନୂଆ ନିୟମ ଅନୁଯାୟୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଡ୍ୟୁଟି ସମୟରେ ଜରୁରୀ ମୁତାବକ ଡ୍ରେସ କୋଡ୍ ନିୟମ ମାନିବେ । ସେମାନେ ପରିଷ୍କାର ପୋଷାକ ପରିଧାନ କରି ସ୍କୁଲକୁ ଆସିବେ । କାଜୁଆଲ ଓ ପାର୍ଟି ପେଷାକୁ କଡ଼ାକଡ଼ି ଭାବେ ଆଭଏଡ୍ କରିବାକୁ ପଡ଼ିବ । ଯେହେତୁ ଛାତ୍ରଛାତ୍ରୀଙ୍କ ପଇଁ ୟୁନିଫର୍ମ ଲାଗୁ କରାଯାଇଛି, ତେଣୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ଫର୍ମାଲ ଡ୍ରେସରେ ସ୍କୁଲକୁ ଆସିବେ ବୋଲି ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.