fbpx

ODI WC-2023; ଦିନିକଆ ବିଶ୍ୱକପ ପାଇଁ ଘୋଷଣା ହେଲା ଦଳ: ବାଦ୍ ପଡିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ସମସ୍ତ ଦଳ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଆସନ୍ତା ଅକ୍ଟୋବରରେ ଭାରତରେ ଖେଳାଯିବ ଦିନିକିଆ ବିଶ୍ୱକପ-୨୦୨୩ । ତେବେ ୨୦୧୧ ପରେ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ ହେବାକୁ ଯାଉଛି ବିଶ୍ୱକପ । ତେଣୁ ଏଥିରେ ଭାରତର ଦବଦବା ଅଧିକ ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ୫ ମାସ ବାକି ଥିବା ବେଳେ ଏବେଠାରୁ ଗୋଟିଏ ଦଳ ନିଜ ଟିମ୍ ଘୋଷଣା କରିଦେଇଛି ।

ଭାରତ ସମେତ କିଛି ଦେଶ ବିଶ୍ୱକପରେ ସ୍ଥାନ ପକ୍କା କରି ସାରିଥିବା ବେଳେ ଆଉ କିଛି ଦଳକୁ ଏଥିପାଇଁ ୧୮ ତାରିଖରୁ କ୍ୱାଲିଫାୟାର ଖେଳିବାକୁ ପଡିବ । ତେଣୁ ଏହି କ୍ୱାଲିଫାୟାର ସିରିଜ ଖେଳିବା ପାଇଁ ଆୟରଲାଣ୍ଡ ନିଜ ଦଳ ଘୋଷଣା କରିଛି । ଜିମ୍ବାୱେରେ ଜୁନ ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ୱାଲିଫାୟାର ଇଭେଣ୍ଟରେ ୧୦ଟି ଟିମ ଖେଳିବାକୁ ଥିବା ବେଳେ ଏଥିରୁ ମାତ୍ର ଦୁଇଟି ଟିମ୍ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ । ଆୟରଲାଣ୍ଡର ଏହି ୧୫ ଜଣିଆ ଦଳରେ ଆଣ୍ଡ୍ର୍ୟୁ ବାଲବର୍ଣ୍ଣିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେବେ ଦଳର ଷ୍ଟାର ଖେଳାଳି ଷ୍ଟିଫନ ଡୋହେନୀ ଆୟରଲାଣ୍ଡର ବିଶ୍ୱକପ କ୍ୱାଲିଫାୟାର ଦଳରୁ ବାଦ୍ ପଡିଛନ୍ତି ।

ଆୟରଲାଣ୍ଡ ବ୍ୟତୀତ ଶ୍ରୀଲଙ୍କା, ସ୍କଟଲାଣ୍ଡ, ଓମାନ ଏବଂ ସଂଯୁକ୍ତ ଆରବ ଅମୀରାତ ଗୁପ ବି’ରେ ସ୍ଥାନ ପାଇଛନ୍ତି । ତେବେ ଜିମ୍ବାୱେ, ୱେଷ୍ଟଇଣ୍ଡିଜ, ନେଦରଲାଣ୍ଡ, ନେପାଳ ଏବଂ ସଂଯୁକ୍ତ ରାଜ୍ୟ ଆମେରିକା ଗ୍ରୁପ ଏ’ରେ ରହିଛନ୍ତି । ସେହିପରି ବିଶ୍ୱକପ ପାଇଁ ଭାରତ ଆୟୋଜକ ଭାବରେ ସିଧା ଏଣ୍ଟ୍ରି ମାରିଛି । ଏହାବ୍ୟତୀତ ନ୍ୟୁଜିଲାଣ୍ଡ, ପାକିସ୍ତାନ, ଇଂଲଣ୍ଡ, ବାଂଲାଦେଶ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଦକ୍ଷିଣ-ଆଫ୍ରିକା ଦିନିକିଆ ବିଶ୍ୱକପ-୨୦୨୩ରେ ପହଞ୍ଚିଛନ୍ତି । ୮ଟି ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ ହୋଇ ସାରିଥିବା ବେଳେ ବାକି ୨ଟି ସ୍ଥାନ ପାଇଁ କ୍ୱାଲିପାୟାର ଇଭେଣ୍ଟ ଖେଳାଯିବ ।

ଆୟରଲାଣ୍ଡ ଦଳ: ଆଣ୍ଡ୍ର୍ୟୁ ବାଲବର୍ଣ୍ଣି(ଅଧିନାୟକ), ମାର୍କ ଅଡାୟର, କର୍ଟିସ କେମ୍ଫର, ଗେରେଥ ଡେଲାନୀ, ଜର୍ଜ ଡକରେଲ, ଗ୍ରାହମ ହ୍ୟୁମ, ଜୋଶ ଲିଟିଲ, ଏଣ୍ଡି ମ୍ୟାକବ୍ରାଇନ, ବେରୀ ମ୍ୟାକାର୍ଥି, ପିଜେ ମୁର, ପଲ ଷ୍ଟଲିରଙ୍ଗ, ହେରୀ ଟାକ୍ଟର, ଲାରକନ ଟକର, ବେନ ହ୍ୱାଇଟ ଏବଂ କ୍ରେଗ ୟଙ୍ଗ ।

Get real time updates directly on you device, subscribe now.