ରୋହିତ-ବିରାଟଙ୍କ ପାଇଁ କ୍ଲିନ ସ୍ୱିପ ହେଲା ଭାରତ! ସିରିଜ ପରାଜୟର ୪ଟି ପ୍ରକୃତ କାରଣ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଇତିହାସ ସୃଷ୍ଟି କରିଛି ନ୍ୟୁଜିଲାଣ୍ଡ । ୬୫ ବର୍ଷର ଟେଷ୍ଟ କ୍ରିକେଟରେ ପ୍ରଥମ ଥର ଘରୋଇ ମାଟିରେ କ୍ଲିନ ସ୍ୱିପ୍ ହୋଇଛି ଭାରତୀୟ ଦଳ । ତେବେ ଏହି ସିରିଜରେ ନ୍ୟୁଜିଲାଣ୍ଡ ପ୍ରଥମ ଥର ପାଇଁ ଭାରତକୁ କ୍ଲିନ ସ୍ୱିପ୍ କରିବାରେ ସଫଳ ହୋଇଛି । ଟିମ ଇଣ୍ଡିଆର ଦୁର୍ବଳ ବ୍ୟାଟିଂ ଅର୍ଡର ଆଜି ଭାରତକୁ କ୍ଲିନ ସ୍ୱିପ୍ କରିବା ପାଇଁ ବାଧ୍ୟ କରିଛି । ସମ୍ପୂର୍ଣ୍ଣ ସିରିଜରେ ବ୍ୟାଟିଂ ଡିପାର୍ଟମେଣ୍ଟ ନିରାଶ ଜନକ ପ୍ରଦର୍ଶନ କରିଥିବା ବେଳେ ନ୍ୟୁଜିଲାଣ୍ଡକୁ କ୍ଲିନ ସ୍ୱିପ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଦେଇଛି । ତେବେ ବ୍ୟାଟିଂ ସହ ଆସନ୍ତୁ ଜାଣିବା ଏହି ପରାଜୟର ପ୍ରମୁଖ ୪ ଟି କାରଣ;

୧- ଓପନିଙ୍ଗ ପାର୍ଟନରସିପ୍: ମୁମ୍ବାଇ ଟେଷ୍ଟରେ ଗୋଟିଏ ସମୟରେ ଭାରତର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଥିଲା । କିନ୍ତୁ ପରେ ନିୟମିତ ୱିକେଟ ହରାଇ ଭାରତ ମ୍ୟାଚକୁ ମଧ୍ୟ ହାତଛଡ଼ା କରିଛି । ଓପନଇଙ୍ଗ ଯୋଡ଼ି ଫେଲ ହେବା ପରେ ଭାରତ ଏକ ବଡ଼ ପାର୍ଟନରସିପ୍ କରିବାରେ ବିଫଳ ହୋଇଥିଲା । ଦ୍ୱିତୀୟ ଇନିଂସ ପରେ ୧୪୭ ରନର ଛୋଟ ଲକ୍ଷ୍ୟକୁ ମଧ୍ୟ ଛୁଇଁପାରିନାହିଁ ଭାରତ । କିଛି ଦିନ ପୂର୍ବରୁ ବାଂଲାଦେଶ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଶକ୍ତିହୀନ ପାଲଟି ଯାଇଛି ।

୨- ମଧ୍ୟକ୍ରମ ବି ଫେଲ: ଓପନିଙ୍ଗ ଯୋଡ଼ି ଫେଲ ହେବା ସାଙ୍ଗକୁ ଭାରତର ମିଡିଲ ଅର୍ଡର ମଧ୍ୟ ସତ୍ତାହୀନ ହୋଇ ପଡ଼ିଛି । ଟପ୍ ଅର୍ଡର ପାଭିଲିୟନ ଫେରିବା ପରେ ମିଡିଲ ଅର୍ଡର ମଧ୍ୟ ବଡ଼ ପାଳି ଖେଳିବା ପାଇଁ ଫିଟ୍ ହୋଇ ପାରିନଥିଲେ । ପ୍ରଥମ ଇନିଂସରେ ଭାରତ ୮୪ ରନରେ ୪ଟି ୱିକେଟ ହରାଇଥିବା ବେଳେ ଦ୍ୱିତୀୟ ଇନିଂସରେ ମାତୟ ୨୯ ରନରେ ଅଧା ଟିମ ପାଭିଲିୟନ ଫେରି ଯାଇଥିଲେ । ଶୁଭମନ ଗିଲ୍, ବିରାଟ କୋହଲି ଏବଂ ବିରାଟ କୋହଲି ମାତ୍ର ୧ ରନ୍ କରି ଆଉଟ ହୋଇଛନ୍ତି ।

୩- ଖରାପ ଶଟ୍ ସିଲେକ୍ସନ: ୧୪୭ ରନ୍ ପିଛା କରୁଥିବା ବେଳେ ରୋହିତ ମାତ୍ର ୧୧ ରନ୍ କରି ଏକ ଖରାପ ଶଟ୍ ଖେଳି ଆଉଟ ହୋଇଥିଲେ । ଦଳର ଏଭଳି ମୁହୂର୍ତ୍ତରେ ତାଙ୍କର ଏମିତି ଶଟ୍ କୌଣସି ଆବଶ୍ୟକତା ନଥିଲା ବୋଲି କୁହାଯାଉଛି । ସେହିପରି ୯୦ ରନ୍ କରିବା ପରେ ଶୁଭମନ ଗିଲ୍ ମଧ୍ୟ ପ୍ରଥମ ପାଳିରେ ଏକ ଖରାପ ଶଟ୍ ଖେଳି ଆଉଟ ହୋଇଛନ୍ତି । ଏହାବ୍ୟତୀତ ବିରାଟ କୋହଲି ଉଭୟ ପାଳିରେ ଭୁଲ ଶଟ୍ ଖେଳିଛନ୍ତି । ତେଣୁ ଏହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଗଲାଣି ।

୪- ଏକାସାଙ୍ଗରେ ଫେଲ ରହିଛନ୍ତି ରୋହିତ-ବିରାଟ: ଟିମ ଇଣ୍ଡିଆର ପ୍ରମୁଖ ୨ କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଏକାସାଙ୍ଗରେ ବିଫଳ ହୋଇଛନ୍ତି । ଉଭୟ ଖେଳାଳି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୩ଟି ଯାକ ମ୍ୟାଚରେ ବିଫଳ ହୋଇଛନ୍ତି । ରୋହିତଙ୍କ ବିନା ଓପନିଙ୍ଗ ପାର୍ଟନରସିପ ଦୁର୍ବଳ ହୋଇଥିବା ବେଳେ ବିରାଟଙ୍କ ବିନା ଭାଙ୍ଗି ପଡ଼ିଛିଟିମ ଇଣ୍ଡିଆର ମିଡିଲ ଅର୍ଡର । ଫଳରେ ଭାରତ ଏହି ସିରିଜର ସମସ୍ତ ମ୍ୟାଚ ହାରି ଘରୋଇ ଟେଷ୍ଟ ଇତିହାସରେ ପ୍ରଥମ ଥର କ୍ଲିନ ସ୍ୱିପ ହୋଇଛି ।