fbpx

Women’s Asia Cup2024; ସେମି ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ: UAE ବିପକ୍ଷରେ ଋଚାଙ୍କ ବିସ୍ଫୋରକ ପାଳି

ନୂଆଦିଲ୍ଲୀ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ବିଶାଳ ବିଜୟ ସହ ସେମି ଫାଇନାଲକୁ ପ୍ରବେଶ କରିଛି ଟିମ ଇଣ୍ଡିଆ । ପାକିସ୍ତାନ ପରେ ୟୁଏଇକୁ ପରାସ୍ତ କରି ସେମି ଫାଇନାଲ ଟିକେଟ ହାସଲ କରିଛି ଭାରତ । ଷ୍ଟାର ପ୍ଲେୟର ଋଚା ଘୋଷଙ୍କ ବିସ୍ଫୋରକ ଇନିଂସ ଏବଂ ଅଧିନାୟକ ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ବଳରେ ୟୁଏଇକୁ ଚକମା ଦେଇଛି ଭାରତୀୟ ମହିଳା ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ୨୦୨ ରନର ଲକ୍ଷ୍ୟ ଦେଇଥିବା ବେଳେ ମାତ୍ର ୧୨୩ ରନରେ ଅଟକି ଯାଇଛି ୟୁଏଇ । ଫଳରେ ଏହି ମ୍ୟାଚରେ ୭୮ ରନରେ ବିଜୟୀ ହୋଇଛି ହରମନ୍ ସେନା ।

ଏସିଆ କପ୍-୨୦୨୪ରେ ଟିମ ଇଣ୍ଡିଆ ନିଜର ଦ୍ୱିତୀୟ ମ୍ୟାଚରେ ୟୁଏଇକୁ ଭେଟିଛି । ଏହି ମ୍ୟାଚରେ ପ୍ରଥମେବ୍ୟାଟିଂ କରି ଭାରତ ୨୦ବ ରନର ଏକ ବିଶାଳ ରନ୍ କରିଥିଲା । ଷ୍ଟାର କ୍ରିକେଟର ଋଚା ଘୋଷ ଏବଂ ଅଧିନାୟକ ହରମନପ୍ରୀତଙ୍କ ଅର୍ଦ୍ଧଶତକ ବଳରେ ଏହି ବିଶାଳ ସ୍କୋର କରିଥିଲା ଭାରତ । ମାତ୍ର ୨୯ ବଲରୁ ଋଚା ଘୋଷ ୧୨ଟି ଚୌକା ଏବଂ ଗୋଟିଏ ଛକା ସହ ୬୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଅଧିନାୟକ ହରମନପ୍ରୀତ ମଧ୍ୟ ୪୭ ବଲରୁ ୭ଟି ଚୌକା ଏବଂ ଗୋଟିଏ ଛକା ସହ ୬୬ ରନନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ଏହାବ୍ୟତୀତ ଷ୍ଟାର ଓପନର ଶେଫାଳି ବର୍ମା ମଧ୍ୟ ୧୮ ବଲରୁ ୩୭ ରନର ଦମଦାର ପାଳି ଖେଳି ଭାରତର ସ୍କୋର ୨୦୦ ପାର୍ କରାଇଛନ୍ତି ।

ଏହାର ଜବାବରେ ୟୁଏଇ ୨୦ ଓଭରରୁ ୭ୱିକେଟ ହରାଇ ମାତ୍ର ୧୨୩ ରନ୍ କରିବାରେ ସମର୍ଥ ହୋଇପାରିଛି । ତେବେ ଦଳ ପକ୍ଷରୁ କାଭିସା ଇଗୋଡେଗ୍ ୩ଟି ଚୌକା ଏବଂ ଗୋଟିଏ ଛକା ସହ ସର୍ବାଧିକ ୪୦ ରନ୍ କରିଛନ୍ତି । ଏହାବ୍ୟତୀତ ୩୬ ବଲରୁ ୫ଟି ଚୌକା ଏବଂ ଗୋଟିଏ ଛକା ସହ ୩୮ ରନ୍ କରିଛନ୍ତି ଅଧିନାୟକ ଇଷା ରୋହିତ ଓଜା । ତେବେ ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୨ଟି ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ରେଣୁକା ସିଂହ, ତନୁଜା କନୱର, ପୂଜା ବସ୍ତ୍ରାକର ଏବଂ ରାଧା ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି । ଭାରତର ଦମଦାର ବୋଲିଂ ବଳରେ ୟୁଏଇ ବିପକ୍ଷରେ ୭୮ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି ।

Get real time updates directly on you device, subscribe now.