fbpx

ଟିମ ଇଣ୍ଡିଆ ପାଇଁ ଭୟଙ୍କର ରୂପ ନେଲେ ଷ୍ଟାର୍କ: ଫେଲ ମାରିଲା ଭାରତର ଟପ୍ ଅର୍ଡର

ମୁମ୍ବାଇ: ଅଷ୍ଟ୍ରେଲିଆର ୧୮୯ ରନକୁ ପିଛା କରି ଭାରତ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ଫେଲ ମାରିଛି ଟିମ ଇଣ୍ଡିଆର ଟପ୍ ଅର୍ଡର । ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ଭାରତ ପାଇଁ ଏକ ଦୁଃସ୍ୱପ୍ନ ପାଲଟିଯାଇଛନ୍ତି । ଷ୍ଟାର୍କଙ୍କ ବୋଲିଙ୍ଗରେ ଜଣକ ପରେ ଜଣେ ପାଭିଲିୟନ ଫେରିଛନ୍ତି ଭାରତର ପ୍ରମୁଖ ଖେଳାଳି । ଫଳରେ ୫୦ ରନ୍ ପୂର୍ବରୁ ହିଁ ୪ଟି ୱିକେଟ ହରାଇ ସାରିଛି ଟିମ୍ ଇଣ୍ଡିଆ ।

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆରେ ପେସ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଇନିଂସରେ ମହମ୍ମଦ ଶାମୀ ଏବଂ ସିରାଜଙ୍କ ଦମଦାର ପ୍ରଦର୍ଶନ ପରେ ଦ୍ୱିତୀୟ ଇନିଂସରେ ଦେଖିବାକୁ ମିଳୁଛି ଷ୍ଟାର୍କ ଶୋ’ । ଷ୍ଟାର୍କଙ୍କ ଖତରନାକ ବୋଲିଂରେ ଟିମ ଇଣ୍ଡିଆର ଟପ୍ ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳରେ ଦଳ ୫୦ ରନରେ ପହଞ୍ଚିବା ପୂର୍ବରୁ ୪ଟି ୱିକେଟ ହରାଇ ସାରିଲାଣି ମେନ୍ ଇନ୍ ବ୍ଲୁ । ଇନିଂସର ଦ୍ୱିତୀୟ ଓଭରରେ ମାର୍କସ ଷ୍ଟୋଇନିସ ଇଶାନ କିସାନଙ୍କ ରୂପରେ ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଦେଇଛନ୍ତି । ଏହାପରେ କିନ୍ତୁ ଭାରତ ଉପରେ ମହଙ୍ଗା ପଡିଛନ୍ତି ମିଚେଲ ଷ୍ଟାର୍କ । ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉଟ କରିବା ପରେ ଶତକବୀର ଶୁଭମନ ଗିଲଙ୍କୁ ମଧ୍ୟ ସେ ପାଭିଲିୟନ ପଠାଇଛନ୍ତି । ତେବେ ୧୫ ଓଭରରେ ଭାରତ ୪ ୱିକେଟ ହରାଇ ୬୪ ରନ୍ ସଂଗ୍ରହ କରିପାରିଛି । ବର୍ତ୍ତମାନ ରାହୁଲ-ପାଣ୍ଡ୍ୟା ଯୋଡି ମଇଦାନରେ ଥିବା ବେଳେ ଭାରତ ପାଇଁ ସଂକଟ ବଢୁଥିବା ଦେଖିବାକୁ ମିଳିଛି ।

ତେବେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ଷ୍ଟୋଇନିସ ୨ ଓଭର ବୋଲିଂ କରି ଗୋଟିଏ ସଫଳତା ପାଇଥିବା ବେଳେ ୬ ଓଭରରୁ ୩ଟି ୱିକେଟ ଅକ୍ତିଆର କରିଛନ୍ତି ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ଅନ୍ୟ ପକ୍ଷରେ ସିନ ଆବୋଟ ଏବଂ କ୍ୟାମରନ ଗ୍ରୀନ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ପାଇନାହାନ୍ତି । ତେବେ ଭାରତ ବିଜୟ ଲକ୍ଷ୍ୟରୁ ସାମାନ୍ୟ ଦୂରରେ ରହିଥିବା ବେଳେ ଦଳକୁ ଏହି ସଂକଟର ସାମନା କରିବାକୁ ପଡିଛି ।

Get real time updates directly on you device, subscribe now.