fbpx

ଭାରତର ଦୁର୍ବଳ ବ୍ୟାଟିଂ: ଦକ୍ଷିଣ ଆଫ୍ରିକାକୁ ମିଳିଲା ୧୪୯ ରନର ଟାର୍ଗେଟ

କଟକ: ନିଜ ଫିନିସିଂ ଅନ୍ଦାଜରେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ଦିନେଶ କାର୍ତ୍ତିକ । ୨୦ ଓଭର ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ମାତ୍ର ୧୪୮ ରନ କରିବାରେ ସକ୍ଷମ ହୋଇ ପାରିଛି । ତେବେ କାର୍ତ୍ତିକଙ୍କ ବ୍ୟତୀତ ଶ୍ରେୟସ ଆୟର ଏବଂ ଇଶାନ କିଶାନ ମଧ୍ୟ ଦଳ ପାଇଁ ଭଲ ମୂଲ୍ୟବାନ ରନ କରିଛନ୍ତି । ଫଳରେ ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଏକ ଛୋଟ ଲକ୍ଷ୍ୟ ମିଳିଛି ।

ଭାରତ ପକ୍ଷରୁ ପାଳି ଆରମ୍ଭ କରିଥିବା ଇଶାନ କିଶାନ ଏବଂ ଋତୁରାଜ ଗାଏକ୍ୱାଡ ଦଳକୁ ଏକ ସଫଳ ଷ୍ଟାର୍ଟ ଦେବାରେ ଫେଲ ମାରିଥିଲେ । ପ୍ରଥମ ଓଭରର ପଞ୍ଚମ ବଲରେ ମାତ୍ର ୧ ରନ କରି ପାଭିଲିୟମ ଫେରିଯାଇଥିଲେ ଋତୁରାଜ । ଏହାପରେ ଇଶାନ କିଶାନ ଏବଂ ଶ୍ରେୟସ ଆୟର ମିଶି ସ୍କୋରବୋର୍ଡ ଆଗେଇ ନେବା ସମୟରେ ସପ୍ତମ ଓଭରରେ ଇଶାନ କିଶାନଙ୍କୁ ପାଭଲିୟନ ପଠାଇ ଦେଇଥିଲେ ଆନରିଚ ନୋକିଆ । ଏହାପରେ ଭାରତର ଅଧିନାୟକ ଋଷ ପନ୍ତ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶସ୍ତାରେ ନିଜ ୱିକେଟ ହରାଇଥିଲେ । ତେବେ ଶେଷରେ ଷ୍ଟାର ପ୍ଲେୟର ଦିନେଶ କାର୍ତ୍ତିକ ପାଳିକୁ ଭଲ ଫିନିଶିଂ ଟଚ ଦେଇଛନ୍ତି । ଶେଷ ଓଭରରେ ୨ଟି ଛକା ମାରି ୧୪୮ ରନରେ ପହଞ୍ଚାଇଛନ୍ତି ଦଳର ସ୍କୋର । ତେବେ ଶ୍ରେୟସ ଆୟର ଭାରତ ପକ୍ଷରୁ ସର୍ବାଧିକ ୪୦ ରନ କରିଥିବା ବେଳେ ଇଶାନ ୩୪ ଏବଂ କାର୍ତ୍ତିକ ୩୦ ରନ କରିଛନ୍ତି ।

ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିଚ ନୋକିଆଙ୍କ ସର୍ବାଧିକ ୨ଟି ୱିକେଟ ହାସଲ ହୋଇଛି । ତାଙ୍କ ବ୍ୟତୀତ କାଗିସୋ ରାବାଡା, ୱେନ ପାର୍ଣ୍ଣେଲ ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ସେହିପରି ଡ୍ୱେନ ପ୍ରିଟୋରିୟସ ଏବଂ କେଶବ ମହାରାଜ ମଧ୍ୟ ଗୋଟିଏ ଗୋଟିଏ ଶିକାର କରିଛନ୍ତି ।

Get real time updates directly on you device, subscribe now.