ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଜେମିମା ରୋଡ୍ରିଗେଜଙ୍କ ସଦସ୍ୟତା ରଦ୍ଦ: ପିତାଙ୍କ ଉପରେ ଧର୍ମାନ୍ତରଣ ଅଭିଯୋଗ ପରେ ବଡ଼ ଆକ୍ସନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ମହିଳା କ୍ରିକେଟର ଜେମିମା ରୋଡ୍ରିଗେଜଙ୍କ ସଦସ୍ୟଙ୍କ ରଦ୍ଦ କରାଯାଇଛି । ଜେମିମାଙ୍କ ପିତାଙ୍କ ଉପରେ ଧର୍ମାନ୍ତରଣ ଅଭିଯୋଗ ଆସିବା ପରେ ମୁମ୍ବାଇ କ୍ଲବ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପିତାଙ୍କ ଧାର୍ମିକ କାର୍ଯ୍ୟକଳାପକୁ ନେଇ ଜେମିମାଙ୍କ ସଦସ୍ୟତା ସମାପ୍ତ କରାଯାଇଛି । ମୁମ୍ବାଇର ସବୁଠାରୁ ପୁରୁଣା କ୍ଲବ ମଧ୍ୟରୁ ଅନ୍ୟତମ ଖାର ଜିମଖାନା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଜେମିମାଙ୍କ ପିତା ଧାର୍ମିକ ଆୟୋଜନ ଓ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ନେଇ କ୍ଲବ ପରିସରକୁ ବ୍ୟବହାର କରିଥିବା କ୍ଲବର ଅଧିକାରୀ ଓ କମିଟି ସଦସ୍ୟଙ୍କ ପକ୍ଷରୁ କୁହାଯାଇଛି ।

ଜେମିମା ସଦସ୍ୟ ହେବା ଓ ତା’ର ସୁବିଧାର ଉପଯୋଗ କରିବା ନେଇ ଗତ ୨୦୨୩ରେ ଖାର ଜିମଖାନା ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା । ୨୪ ବର୍ଷୀୟା କ୍ରିକେଟର ଜେମିମାଙ୍କୁ ଏଥିପାଇଁ ୩ ବର୍ଷ ପାଇଁ ସଦସ୍ୟତା ଦିଆଯାଇଥିଲା । ଜେମିମାଙ୍କୁ ନେଇ ସେମାନେ ଗର୍ବ ଅନୁଭବ କରୁଥିବା କମିଟିର ଜଣେ ସଦସ୍ୟ କହିଛନ୍ତି । ମାତ୍ର ତାଙ୍କର ପିତା କ୍ଲବରେ ପାଖାପାଖି ୩୫ଟଇ ବୈଠକ କରିବା ସହ ଏକ ବର୍ଷରୁ ଅଧିକ ପର୍ଯ୍ୟନ୍ତ ତାହା ବୁକ୍ ହୋଇଥିଲା । ବ୍ରଦର ମାନୁଆଲ ମିନିଷ୍ଟ୍ରିଜ ନାମକ ଏକ ସଂଗଠନ ସେଠାରେ ନିୟମିତ ଭାବେ ବୈଠକ କରି ଆସୁଥିଲା । ହଲକୁ ବ୍ୟକ୍ତିଗତ ଭାବେ ଜେମିମାଙ୍କ ନାମରେ ବୁକ୍ କରାଯାଇଥିଲା । ଅଭିଯୋଗ ଆସିବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.