fbpx

T-20 WC; ଗିଲ୍-ଆଭେଶଙ୍କୁ ବାଦ୍ ଦେବ ଟିମ ଇଣ୍ଡିଆ! କାନାଡ଼ା ବିପକ୍ଷରେ ଫେରିବେ ରିଙ୍କୁ? ଜାଣନ୍ତୁ କାରଣ

AAKASH

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପରେ ବର୍ତ୍ତମାନ ପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରି ସୁପର-୮କୁ ପ୍ରବେଶ କରିଛି ଟିମ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟର ୩ଟି ଯାକ ମ୍ୟାଚରେ ବିଜୟୀ ହୋଇ ଗ୍ରୁପର ପ୍ରଥମ ଦଳ ଭାବରେ ସୁପର-୮ରେ ଦଳ ସ୍ଥାନ ପାଇଛି । ଦଳରେ ସୁଯୋଗ ପାଇଥିବା ପ୍ରାୟ ସମସ୍ତ ଭଲ ଫର୍ମରେ ରହିଥିବା ବେଳେ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏବେ ସୂଚନା ମିଳୁଛି ଯେ, ଦଳରୁ ୨ ଜଣ ଖେଳାଳିଙ୍କୁ ବାଦ୍ ଦେଇପାରେ ଟିମ ଇଣ୍ଡିଆ । ଷ୍ଟାର ଓପନର ଶୁଭବନ ଗିଲ୍ ଏବଂ ଅଭେଶ ଖାନଙ୍କୁ ଭାରତ ବିଶ୍ୱକପ୍ ସ୍କ୍ୱାର୍ଡରୁ ରିଲିଜ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହାବ୍ୟତୀତ ରିଙ୍କୁ ସିଂହଙ୍କୁ ପ୍ଲେଇଙ୍ଗ-୧୧ରେ ସୁଯୋଗ ଦେଇପାରନ୍ତି ରୋହିତ ।

ଟିମ ଇଣ୍ଡିଆ ବିଶ୍ୱକପ ୧୫ ଜଣ ଖେଳାଳିଙ୍କ ବ୍ୟତୀତ ୪ ଜଣ ଖେଳାଳିଙ୍କୁ ରିଜର୍ଭ ପ୍ଲେୟର ଭାବରେ ସୁଯୋଗ ଦେଇଥିଲା । ଏହି ତାଲିକାରେ ଶୁଭମନ ଗିଲ୍, ରିଙ୍କୁ ସିଂହ, ଖଲୀଲ ଅହମ୍ମଦ ଏବଂ ଆଭେଶ ଖାନ୍ ସାମିଲ ରହିଥିଲେ । ତେବେ ବର୍ତ୍ତମାନ ସୁପର-୮ ମୁକାବିଲାରେ ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ଷ୍ଟାଣ୍ଡବାଏ ଖେଳାଳିଙ୍କୁ ଦଳରେ ନେବା ପାଇଁ ଇଚ୍ଛା କରୁନାହିଁ । ତେଣୁ ବର୍ତ୍ତମାନ ଭାରତୀୟ ଦଳରେ ବର୍ତ୍ତମାନ କେବଳ ଖଲିଲ ଅହମ୍ମଦ ଏବଂ ରିଙ୍କୁ ସିଂହ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ସୁପର-୮ ମୁକାବିଲାରେ ସାମିଲ ହୋଇପାରିବେ । ଏ ନେଇ ବିସିସିଆଇର ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ଶୁଭମନ ଗିଲ୍ ଏବଂ ଆଭେଶ ଖାନଙ୍କୁ କେବଳ ଆମେରିକା ଲିଗ୍ ଷ୍ଟେଜ ପର୍ଯ୍ୟନ୍ତ ରଖିଥିଲା । ତେଣୁ ତାଙ୍କୁ ଖୁବଶୀଘ୍ର ଦଳରୁ ରିଲିଜ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ରୋହିତ ଏବଂ ବିରାଟଙ୍କ ବ୍ୟତୀତ ଯଶସ୍ୱୀ ଜଏଏସ୍ୱାଲ ଦଳରେ ସାମିଲ ରହିଛନ୍ତି । ଅଧିନାୟକ ରୋହିତ କିମ୍ବା ବିରାଟ ଆହତ ଆହତ ହେଲେ, ପ୍ରଥମେ ପ୍ଲେଇଙ୍ଗ-୧୧ରେ ସୁଯୋଗ ପାଇବାର ଦାବିଦାର ରହିଛନ୍ତି । ତେଣୁ ଚତୁର୍ଥ ଓପନର ବିକଳ୍ପ ଦଳରେ ଆବଶ୍ୟକତା ନାହିଁ । ତେବେ ରିଙ୍କୁ ସିଂହ ନେଟ୍ ସେଶନରେ ଖୁବ ପ୍ରାକ୍ଟିସ କରୁଥିବାର ଦେଖାଯାଇଛି । ତେଣୁ ପ୍ଲେଇଙ୍ଗ-୧୧ରେ ତାଙ୍କୁ ଏକ ସୁଯୋଗ ଦେଇପାରନ୍ତି ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.