fbpx

ଭାରତକୁ ସହଜ ବିଜୟ: ରାହୁଲ-ସୂର୍ଯ୍ୟଙ୍କ ଅର୍ଦ୍ଧଶତକରେ ମ୍ୟାଚ ଜିତିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ଅତି ସହଜରେ ଜିତି ନେଇଛି ଟିମ ଇଣ୍ଡିଆ । ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ କବଜା କରିଛି ମେନ ଇନ ବ୍ଲୁ । ଏହି ବିଜୟ ସହିତ ସିରିଜରେ ୧-୦ରେ ଆଗୁଆ ହୋଇଛି ରୋହିତ ସେନା । ପ୍ରଥମ ଇନିଂସରେ ପେସ ଆଟାକ ଏବଂ ଦ୍ୱିତୀୟ ଇନିଂସରେ ଟପ୍ ଅର୍ଡର ବ୍ୟାଟିଂର ଦମଦାର ପ୍ରଦର୍ଶନରେ ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି ।

୦୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଆସିଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ ରାହୁଲ । ତେବେ ଉଭୟ ବ୍ୟାଟ୍ସମ୍ୟାନ ମ୍ୟାଚକୁ ଜିତାଇଦେବେ ବୋଲି ଆଶା କରାଯାଉଥିବା ବେଳେ ତୃତୀୟ ଓଭରରେ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ମାତ୍ର ୩ ରନ କରି ଆଉଟ ହୋଇଯାଇଥିଲେ । କିନ୍ତୁ ଏହାପରେ ରାହୁଲଙ୍କୁ ସାଥ ଦେବାକୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ । ଉଭୟ ମିଶି ଭାରତର ଇନିଂସକୁ ଆଗକୁ ବଢାଇ ନେଇଥିଲେ । ଫର୍ମକୁ ନେଇ ସଂଘର୍ଷ କରୁଥିବା ରାହୁଲ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେପଟେ ପୁଣିଥରେ ନିଜ ଜଲୱା ଦେଖାଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

ରାହୁଲ ୫୬ ବଲରୁ ୪ଟି ଛକା ଏବଂ ୨ ଚୌକା ସହ ୫୧ ରନ କରିଥିବା ବେଳେ ସୂର୍ଯ୍ୟକୁମାର ୫ଟି ଚୌକା ଏବଂ ୩ଟି ଛକା ସହ ୩୩ ବଲରୁ ୫୦ ରନର ଦମଦାର ପାଳି ଖେଳିଛନ୍ତି । ଉଭୟଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏହି ମ୍ୟାଚ ନିଜ କବଜାରେ କରିଛି । ତେବେ ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ତରଫରୁ ଏନରିକ ନୋକିଆ ଏବଂ କାଗିସୋ ରାବାଡା ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।

Get real time updates directly on you device, subscribe now.