ଓଡ଼ିଶା ଭାସ୍କର: ପର୍ଥ ମିଦାନରେ ନୂଆ ଇତିହାସ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨୯୫ ରନରେ ଚକମା ଦେଇଛି ବୁମରାହ ବାହିନୀ । ଅଷ୍ଟ୍ରେଲିଆରେ ‘ପର୍ଥ’ ବିଜୟ ସହ ଭାରତ ପୁଣିଥରେ ବିଶ୍ୱ ଟେଷ୍ଟ ଚମ୍ପିଅନସିପ୍ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ କବଜା କରିଛି । ଭାରତର ବ୍ୟାଟିଂ ଏବଂ ବୋଲିଂ ୟୁନିଟ ଅଷ୍ଟ୍ରେଲିଆ ଉପରେ ଭାରୀ ପଡ଼ଇଛି । ଫଳରେ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ବିଜୟ ଗର୍ବ ଭାଙ୍ଗିଛି ଭାରତ । ପର୍ଥରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପ୍ରଥମ ପରାଜୟର ସାମନା କରିଛି କଙ୍ଗାରୁ ଦଳ । ତେବେ ଜଣେ ନୁହେଁ, ଭାରତର ଏହି ବିଶାଳ ବିଜୟରେ ମହାନାୟକ ପାଳଟିଛନ୍ତି ୫ ଜଣ ଷ୍ଟାର କ୍ରିକେଟର ।
𝗪𝗛𝗔𝗧. 𝗔. 𝗪𝗜𝗡! 👏 👏
A dominating performance by #TeamIndia to seal a 295-run victory in Perth to take a 1-0 lead in the series! 💪 💪
This is India’s biggest Test win (by runs) in Australia. 🔝
Scorecard ▶️ https://t.co/gTqS3UPruo#AUSvIND pic.twitter.com/Kx0Hv79dOU
— BCCI (@BCCI) November 25, 2024
ଅଧିନାୟକ ବୁମରାହଙ୍କ ପଞ୍ଝା: ମ୍ୟାଚର ପ୍ରଥମ ଇନିଂସରେ ଭାରତ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିଲା । ଏହାପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା । କିନ୍ତୁ ଏହାପରେ ଦଳକୁ ଲିଡ୍ ଦେବା ପାଇଁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ ଅଧିନାୟକ ଜଶପ୍ରୀତ ବୁମରାହ । ୧୫୦ ରନ୍ ପିଛା କରୁଥିବା ଅଷ୍ଟ୍ରେଲିଆ ବୁମରାହଙ୍କ ପଞ୍ଝାରେ ଘାଇଲା ହୋଇ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା । ଷ୍ଟିଭ ସ୍ମିଥ, ଉସ୍ମାନ ଖ୍ୱାଜା ଏବଂ ପ୍ୟାଟ କମିନ୍ସଙ୍କ ଭଳି ବଡ଼ ୱିକେଟ ନେଇ ଭାରତକୁ ଇନିଂସରେ ଆଗୁଆ ରଖିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଏହାପରେ ଦ୍ୱିତୀୟ ଇନିଂସରେ ମଧ୍ୟ ଟ୍ରାଭିସ ହେଡଙ୍କ ଭଳି ୩ ଗୁରୁତ୍ୱପୂର୍ଣ୍ଣ ୱିକେଟ ହାସଲ କରିଛନ୍ତି ବୁମରାହ ।
Led from the front ✅
Shone bright with the ball 🌟
Won Player of the Match Award 🙌
Jasprit Bumrah was on an absolute roll in Perth 👏 👏
Scorecard ▶️ https://t.co/gTqS3UPruo#TeamIndia | #AUSvIND pic.twitter.com/Bax8yyXjQS
— BCCI (@BCCI) November 25, 2024
ଜଏସ୍ୱାଲଙ୍କ ‘ଯଶସ୍ୱୀ’ ଶତକ: ପ୍ରଥମ ଇନିଂସରେ ଖାତା ଖୋଲିବା ପୂର୍ବରୁ ୱିକେଟ ହରାଇଥିବା ଯଶସ୍ୱୀ ଜଏସ୍ୱାଲ ସ୍ୱିତୀୟ ଇନିଂସରେ ଦମଦାର କମବ୍ୟାକ କରିଥିଲେ । କେ.ଏଲ ରାହୁଲଙ୍କ ସହ ମିଶି ବିସ୍ଫୋରକ ବ୍ୟାଟିଂ କରିବା ସହ ଅଷ୍ଟ୍ରେଲିଆ ମାଟିରେ ୧୬୧ ରନର ଏକ ଐତିହାସିକ ପାଳି ଖେଳି ଭାରତର ସ୍କୋର ୩୦୦ ପାର କରାଇଥିଲେ । ଅଷ୍ଟ୍ରେଲିଆ ପିଚରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି ଯଶସ୍ୱୀ । ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟରେ ଶତକ ହାସଲ କରିବାରେ ସେ ତୃତୀୟ ଭାରତୀୟ ଖେଳାଳି ପାଳଟିଛନ୍ତି ।
1⃣6⃣1⃣ Runs
2⃣9⃣7⃣ Balls
1⃣5⃣ Fours
3⃣ Sixes𝗪𝗛𝗔𝗧. 𝗔. 𝗞𝗡𝗢𝗖𝗞! 🙌 🙌
Well played, Yashasvi Jaiswal 👏 👏
Live ▶️ https://t.co/gTqS3UPruo#TeamIndia | #AUSvIND pic.twitter.com/WfSbWkWDoI
— BCCI (@BCCI) November 24, 2024
କେ.ଏଲ ରାହୁଲଙ୍କ କମାଲ: ଦୀର୍ଘ ଦିନରୁ ନିଜ ଫର୍ମକୁ ନେଇ ସଂଘର୍ଷ କରୁଥିବା ଷ୍ଟାର ବ୍ୟାଟର କେ.ଏଲ ରାହୁଲ ପୁଣିଥରେ ନିଜ ଲୟ ଫେରି ପାଇଛନ୍ତି । ଏହି ମ୍ୟାଚର ଉଭୟ ଇନିଂସରେ ଦମଦାର ପ୍ରଦର୍ଶନ କରିଛନ୍ତି ରାହୁଲ । ପ୍ରଥମ ଇନିଂସରେ ଭାରତ ଲଗାତାର ୱିକେଟ ହରାଉଥିବା ବେଳେ ରାହୁଲ ୭୪ ବଲରୁ ୨୬ ରନ୍ କରି ଲଢେଇ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ତାଙ୍କର ଏହି ଚେଷ୍ଟା ସଫଳ ହୋଇଛି । ଏହି ଇନିଂସରେ ରାହୁଲ ଭାରତ ପାଇଁ ୭୭ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ଯାହା ଅଷ୍ଟ୍ରେଲିଆକୁ ୫୩୪ ରନର ବିଶାଳ ଲକ୍ଷ୍ୟ ଦେବାରେ ସହାୟକ ହୋଇଥିଲା ।
FIFTY!@klrahul brings up a gritty half-century, his 16th in Test cricket 👏👏
The opening partnership now stands at 128 runs.
Live – https://t.co/gTqS3UPruo…… #AUSvIND #TeamIndia pic.twitter.com/mKCMagUwAE
— BCCI (@BCCI) November 23, 2024
କୋହଲିଙ୍କ ‘ବିରାଟ ଶତକ’: ଅନେକ ଦିନରୁ ଟେଷ୍ଟ କ୍ରିକେଟରେ ଶାନ୍ତ ରହିଥିଲା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବ୍ୟାଟ୍ । ପ୍ରଥମ ଇନିଂସରେ ନିରାଶ କରିବା ପରେ କମବ୍ୟାକ କରିଥିଲେ ବିରାଟ । ଦ୍ୱିତୀୟ ଇନିଂସରେ ନିଜ ସମ୍ଭାଳି ଅଷ୍ଟ୍ରେଲିଆ ବୋଲରଙ୍କୁ କୋହଲି ସାମନା କରିଥିଲେ । ଧିରେ ଧିରେ ବ୍ୟାଟିଂ କରି ବିରାଟ କୋହଲି ଏହି ମ୍ୟାଚରେ ନିଜର ୩୦ତମ ଟେଷ୍ଟ ଶତକ ହାସଲ କରିଛନ୍ତି । ଏହି ଶତକୀୟ ଇନିଂସର ଶେଷ ୫୦ ରନ୍ ମାତ୍ର ୪୯ ବଲରୁ ସଂଗ୍ରହ କରିଛନ୍ତି କିଙ୍ଗ କୋହଲି ।
Test Century No.30!
All hail, King Kohli 🫡👏👌
Live – https://t.co/gTqS3UPruo…… #AUSvIND pic.twitter.com/VkPr1YKYoR
— BCCI (@BCCI) November 24, 2024
ନୀତିଶ ରେଡ୍ଡୀଙ୍କ ‘ଡ୍ରିମ ଡେବ୍ୟୁ’: ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଦଳରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ ଯୁବ ଅଲରାଉଣ୍ଡର ନୀତିଶ ରେଡ୍ଡୀ । ତେବେ ଡେବ୍ୟୁ ମ୍ୟାଚରେ ଅଧିନାୟକ ବୁମରାହ ଏବଂ ଗୁରୁ ଗମ୍ଭୀରଙ୍କ ବିଶ୍ୱାସକୁ ସେ ସଫଳ କରି ଦେଖାଇଛନ୍ତି । ପ୍ରଥମ ଇନିଂସରେ ନୀତିଶଙ୍କ ସର୍ବାଧିକ ୪୧ ରନର ଇନିଂସ ସହ ୩ଟି ୱିକେଟ ଦଳ ପାଇଁ ଉଭୟ ବିଭାଗରେ ସହାୟକ ହୋଇଥିଲା । ଏହାପରେ ଦ୍ୱିତୀୟ ଇନିଂସରେ ନୀତିଶ ୩୮ ରନ୍ ସଂଗ୍ରହ କରି ପାରିଥିଲେ । ଏହାବ୍ୟତୀତ ବୋଲିଂରେ ମାତ୍ର ୪ ଓଭର ମିଳିଥିଲେ ମଧ୍ୟ ମିଚେଲ ମାର୍ଶଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ନୀତିଶ ।
#TeamIndia all out for 150 runs in the first innings of the first Test.
Nitish Kumar Reddy top scores with 41 off 59 deliveries.
Australia innings underway.
Live – https://t.co/gTqS3UPruo… #AUSvIND pic.twitter.com/FuA9ATSQIE
— BCCI (@BCCI) November 22, 2024
ଏହି ୫ ଜଣଙ୍କ ବ୍ୟତୀତ ମହମ୍ମଦ ସିରାଜ, ହର୍ଷିତ ରାଣା ଏବଂ ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳକୁ ବିଜୟୀ କରାଇବାରେ ଭରପୁର ସହଯୋଗ କରିଛନ୍ତି । ଯାହାଫଳରେ ଭାରତ ପର୍ଥ ମଇଦାନରେ ଇତିହାସ ସୃଷ୍ଟି କରିବାରେ ସଫଳ ହୋଇପାରିଛି । ତେବେ ଦ୍ୱିତୀୟ ଟେଷ୍ଟରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଶୁଭମନ ଗିଲ ଦଳକୁ କମବ୍ୟାକ କରିପାରନ୍ତି । ତେଣୁ ଗୁରୁ ଗମ୍ଭୀରଙ୍କ ପାଇଁ ପ୍ଲେଇଙ୍ଗ-୧୧ ଚୟନ କରିବା କଷ୍ଟକର ହୋଇପାରେ । ଏହାବ୍ୟତୀତ ମହମ୍ମଦ ଶାମୀ ମଧ୍ୟ ଦ୍ୱିତୀୟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି ।