fbpx

ଗଧ କ୍ଷୀର ବିକି ମାଲାମାଲ, ଏପର୍ଯ୍ୟନ୍ତ ମିଳିଲାଣି ୧୭ ଲକ୍ଷ ଟଙ୍କାରର ଅର୍ଡର

ବାଙ୍ଗଲୋର(ଓଡ଼ିଶା ଭାସ୍କର): ଆଜିର ଦିନରେ ଅନେକ ଲୋକେ ସେମାନଙ୍କର ବ୍ୟସ୍ତବହୁଳ ଚାକିରି ଜୀବନକୁ ତୁଚ୍ଛ ମନେ କରୁଥିବା ବେଳେ ଅନେକ ଏହାକୁ ଛାଡ଼ି ନିଜସ୍ୱ ବ୍ୟାପାର କରିବାକୁ ନିଷ୍ପତ୍ତି ନେଉଛନ୍ତି । ଆଉ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଚାକିରିରେ ସନ୍ତୁଷ୍ଟ ରହିଥାନ୍ତି । ତେବେ କର୍ଣ୍ଣାଟକର ୪୨ ବର୍ଷୀୟ ଶ୍ରିନବାସ ଗୌଡା ନିଜର ଆଇଟି ଚାକିରି ଛାଡ଼ି ଗଧ କ୍ଷିର ବେପାର ଆରମ୍ଭ କରିଛନ୍ତି । ଶ୍ରିନିବାସ ଜଣେ ସଫ୍ଟୱେର୍ ଇନ୍ଜିନିୟର । ବର୍ତ୍ତମାନ ସେ ନିଜର ଏକ ଗଧ ଫାର୍ମ ଖୋଲିଛନ୍ତି ।

କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ବାସିନ୍ଦା ଶ୍ରିନବାସ ୨୦୨୦ରେ ତାଙ୍କର ଚାକିରି ଛାଡ଼ିଥିଲେ । ଏହାପରେ ସେ ତାଙ୍କର ଗାଁରେ ଏକ ଗଧ ଫାର୍ମ ଖୋଲିଥିଲେ । ସ୍ରିନିବାସ୍ ତାଙ୍କର ଫାର୍ମରେ ଏବେ ଆଉ ୨୦ ଟି ଗଧ ସାମିଲ କରିବାକୁ ଯାଉଛନ୍ତି । ଏହି ଗଧମାନଙ୍କର କ୍ଷୀରକୁ ବିକ୍ରୀ କରି ସେ ଭଲ ରୋଜଗାର କରୁଥିବା କହିଛନ୍ତି ।

ସମୟ ସହିତ ଗଧ ଏବେ ଲୋକଙ୍କ ପଇଁ ଅନାବଶ୍ୟକ ହୋଇଗଲାଣି । ପୁର୍ବେ ଧୋବୀମାନେ ଏହାକୁ ସେମାନଙ୍କର କାର୍ଯ୍ୟରେ ଲଗାଉଥିଲେ । କିନ୍ତୁ ଏହା ଏବେ ଅଦରକାରୀ ହୋଇପଡ଼ିଛି । ତେବେ ଲୋକେ ଗଧକୁ ଅଦରକାରୀ ଭାବୁଥିଲେ ମଧ୍ୟ ଏହା ଆମ ପାଇଁ ବହୁ ଉପକାରୀ । ଏହାର କ୍ଷୀରରେ ବହୁତ୍ ଔଷଧୀୟ ଗୁଣ ରହିଥିବା ବେଳେ ଏହାର ବଜାର ମୂଲ୍ୟ ମଧ୍ୟ ବହୁତ୍ ଅଧିକ ରହିଛି ବୋଲି ଶ୍ରୀନିବାସ କହିଛନ୍ତି ।

ଗୌଡା କହିଛନ୍ତି ଯେ, ଗଧର କ୍ଷୀର ବଜାରରେ ପ୍ୟାକେଟ୍ କରି ବିକ୍ରି କରାଯାଇ ପାରିବ । ସେ କହିଛନ୍ତି ଯେ, ବଜାର ମୂଲ୍ୟ ଅନୁଯାୟୀ ଗଧର ୩୦ ଏଏମଏଲ କ୍ଷିରର ଦାମ୍ ୧୫୦ ଟଙ୍କ ଅଟେ । ଏହା ଲୋକଙ୍କ ପାଖ ମଲ୍ କିମ୍ବା ଦୋକାନ ମାନଙ୍କରେ ଉପଲବ୍ଧ ହେବ । ତେବେ ସବୁଠୁ ବଡ଼ କଥା ଏହା ଯେ ଗୌଡା ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ଟଙ୍କାର ଅର୍ଡର ଗ୍ରହଣ କରିସାରିଲେଣି । ଆରମ୍ଭରୁ ତାଙ୍କର ବନ୍ଧୁ ଏବଂ ସମ୍ପର୍କିୟ ଏହା ଏକ ପାଗଳାମି ବୋଲି କହୁଥିଲେ, କିନ୍ତୁ ବର୍ତ୍ତମାନ ଶ୍ରିନିବାସଙ୍କର ରୋଜଗାର ଦେଖି ସେମାନେ ମଧ୍ୟ ଖୁସୀ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.