fbpx
BSKY
BJD MC SKY
BJD MS SKY

IND vs SA: ରାଜକୋଟରେ ଚତୁର୍ଥ ଟି-୨୦, ବର୍ଷା ବିଗାଡିପାରେ ଭାରତର ଖେଳ !

ରାଜକୋଟ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମୁକାବିଲା ରାଜକୋଟ୍ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ତୃତୀୟ ମ୍ୟାଚ୍ ଜିତି ଭାରତ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛି। ହେଲେ ଦଳ ଏବେ ମଧ୍ୟ ସିରିଜରେ ୧-୨ରେ ପଛରେ ରହିଛି । ଯଦି ରାଜକୋଟରେ ଭାରତ ବିଜୟୀ ହୁଏ ତେବେ ସିରିଜର ନିର୍ଣ୍ଣାୟକ ବେଙ୍ଗାଲୁରୁରେ ଖେଳାଯିବ । ହେଲେ ରାଜକୋଟର ପାଣିପାଗ ଭାରତକୁ ମୁସ୍କିଲରେ ପକାଇପାରେ । ତେବେ ଭାରତର ବିଜୟରେ ବର୍ଷା ବାଧକ ସାଜିପାରେ।

ରାଜକୋଟର ପାଗ ମେଘୁଆ ରହିଛି । ନିକଟରେ ରାଜକୋଟରେ ବର୍ଷା ହୋଇଥିଲା । ଶୁକ୍ରବାର ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି । ୱେଦର ଡଟ୍ କମ ଅନୁସାରେ ରାଜକୋଟରେ ବାଦଲ ଛାଇ ରହିଛି । ସନ୍ଧ୍ୟାରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି । ଆର୍ଦ୍ରତା ୭୭ ପ୍ରତିଶତ ରହିଛି । ପବନର ବେଗ ଘଣ୍ଟା ପ୍ରତି ବର୍ତ୍ତମାନ ୨୫ କିଲୋମିଟର ରହିଛି ।

ଭାରତୀୟ ଦଳର ନଜର ଚତୁର୍ଥ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ଉପରେ ରହିଛି । ଅନ୍ୟପଟେ ଦଳରେ ଦୁଇଟି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଅକ୍ଷର ପଟେଲଙ୍କ ସ୍ଥାନରେ ରବି ବିଷ୍ଣୋଇ କିମ୍ବା ଦୀପକ ହୁଡ୍ଡାଙ୍କୁ ସ୍ଥାନ ମିଳିପାରେ । ଅଭେଶ ଖାନଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ସୁଯୋଗ ମିଳିପାରେ । ଅଭେଶଙ୍କୁ ତିନୋଟି ମ୍ୟାଚରେ ଗୋଟିଏ ହେଲେ ୱିକେଟ୍ ମିଳିନାହିଁ ।

ଚତୁର୍ଥ ଟି-୨୦ ପାଇଁ ସମ୍ଭାବିତ ଚୂଡାନ୍ତ ଏକାଦଶ

ଋତୁରାଜ ଗାଏକୱାଡ, ଇଶାନ କିଷନ, ଶ୍ରେୟସ ଆୟର, ଋଷଭ ପନ୍ତ(ଅଧିନାୟକ/ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ/ଦୀପକ ହୁଡ୍ଡା/ରବି ବିଷ୍ଣୋଇ, ହର୍ଷଲ ପଟେଲ୍, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଅଭେଶ ଖାନ/ଅର୍ଶଦୀପ ସିଂହ ।

Get real time updates directly on you device, subscribe now.