fbpx

Teddy Day 2024: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ ? ଜାଣନ୍ତୁ

ଫେବୃଆରୀ ୭ରୁ ଆରମ୍ଭ ହୋଇଯାଇଛି ପ୍ରେମର ସପ୍ତାହ । ରୋଜ ଡେ’,ପ୍ରପୋଜ୍ ଡେ’ ଏବଂ ଚକୋଲେଟ ଡେ’ ପରେ ହେଉଛି ଟେଡି ଡେ’ । ପ୍ରେମ ସପ୍ତାହର ଚତୁର୍ଥ ଦିନ ଟେଡି ଡେ’, ଆଜିର ଦିନରେ ପ୍ରେମୀଯୁଗଳ ସମ୍ପର୍କରେ ମଧୁରତା ଆଣିବା ଓ ସଂପର୍କର ଡୋରକୁ ଅଧିକ ମଜଭୁତ କରିବା ପାଇଁ ପରସ୍ପରକୁ କିଛିନା କିଛି ଉପହାର ଦେଇଥାନ୍ତି। ତେବେ ଟେଡି ବା କଣ୍ଢେଇ ଉପହାର ପ୍ରଦାନ ଦ୍ବାରା ସଂପର୍କରେ ଘନିଷ୍ଠତା ଆସିଥାଏ ବୋଲି ବିଶ୍ବାସ ରହିଛି।

ଖାସ୍‌କରି ଝିଅ ମାନଙ୍କୁ ଟେଡି ଅଧିକ ପସନ୍ଦ ଥାଏ । ଝିଅ ମାନଙ୍କୁ ଅଧିକ ପସନ୍ଦ ଥାଏ ସତ କିନ୍ତୁ ପୁଅ ମାନଙ୍କୁ ମଧ୍ୟ ଟେଡି ଗିଫ୍ଟ କରାଯାଇଥାଏ । ଖାସକରି ଏହି ଟେଡି ଡେ’ରେ । ପ୍ରେମର ଏହି ଉପହାରକୁ ପ୍ରେମୀଯୁଗଳମାନେ ସାରା ଜୀବନ ସାଇତି ରଖନ୍ତି।

କପଲଙ୍କ ଚାହିଦାକୁ ଦେଖି ଆଜିକାଲି ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ଟେଡି ବିକ୍ରି ହେଉଛି। ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍‌ ଟେଡି, ଫ୍ରି ଟେଡି ଷ୍ଟିକ୍‌, ଟେଡି ବ୍ଲାକ୍ସ, ଟେଡି ରୋଜ୍‌, ଟେଡି ବୁକେ ଆଦି ଉପଲବ୍ଧ। ଏହାକୁ କିଣି ଏଥିରେ କିଛି ସାଥୀଙ୍କ ମନକୁ ଛୁଇଁଲା ପରି ବାର୍ତ୍ତା ଲେଖି ପଠାଇ ଦେଖନ୍ତୁ ସମ୍ପର୍କର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିବ।

ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ ଏହା କ’ଣ ସୂଚାଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ। ଲାଲ୍‌ ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଲାଲ୍‌ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ମଜଭୁତ ହୋଇଥାଏ। ବ୍ଲୁ ରଙ୍ଗର ଟେଡି ଦେଲେ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଯେମିତି ଅଧୁରା ହୋଇଥାଏ। ଅରେଞ୍ଜ ରଙ୍ଗର ଟେଡି ଦେଲେ ସାଥୀଙ୍କୁ ଆପଣ ବହୁତ ଭଲ ପାଉଛନ୍ତି ବୋଲି ସୂଚାଇଥାଏ।

Get real time updates directly on you device, subscribe now.