fbpx

ଆହୁରି ସଶକ୍ତ ହେବେ ମହିଳା: ମିଶନ ଶକ୍ତି ସ୍କୁଟର ଯୋଜନା ଲାଗି ୫୨୯ କୋଟି ବ୍ୟୟବରାଦ

ଓଡ଼ିଶା ଭାସ୍କର: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ବଜେଟକୁ ଉପସ୍ଥାପନ କରିଛନ୍ତି। ତେବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ ଲକ୍ଷ ୫୫ ହଜାର କୋଟିର ବଜେଟ ବ୍ୟୟବରାଦ କରିଛନ୍ତି। ଏଥିରେ ନିର୍ବାଚନ ପାଇଁ କାମଚଳା ବଜେଟ ପରିମାଣ ରହିଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କା।

ତେବେ ରାଜ୍ୟ ସରକାର ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇଆସୁଥିବା ବେଳେ ଏଥର ବଜେଟରେ ବି ମହିଳାଙ୍କୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। କାରଣ ମମତା ଯୋଜନା ପାଇଁ ରାଜ୍ୟ ସରକାର ୫୨୧ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ମିଶନ ଶକ୍ତି ଯୋଜନା ପାଇଁ ମୋଟ ୨୭୬୧ କୋଟି ବ୍ୟୟବରାଦ କରିଛନ୍ତି। ବିଶେଷକରି ମହିଳାଙ୍କୁ ଆହୁରି ସଶକ୍ତ କରିବା ପାଇଁ ଏଥିରେ ମିଶନ ଶକ୍ତି ସ୍କୁଟର ଯୋଜନା ଲାଗି ୫୨୯ କୋଟି ବ୍ୟୟବରାଦ ହୋଇଥିବା ଦେଖିବାକୁ ମିଳିଛି।

 

Get real time updates directly on you device, subscribe now.