fbpx
BJD SKY
BJD SKY

ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା, ଏହିସବୁ ଜିଲ୍ଲାକୁ ଦିଆଗଲା ସତର୍କ ସୂଚନା

BJD

ଭୁବନେଶ୍ୱର: ପୁଣି ଥରେ ପାଗରେ ପରିବର୍ତ୍ତନ । ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁରୁବାର ଉପକୂଳ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖିବାକୁ ମିଳିଥିଲା। ପୂର୍ବାନୁମାନ ଅନୁସାରେ ଆଜି ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସହିତ ‌କେତେକ ସ୍ଥାନରେ କୁହୁଡ଼ି ପରିଲକ୍ଷିତ ହେବ। ପଶ୍ଚିମାଝଡ଼ ପ୍ରଭାବରେ ଏଭଳି ପାଗ ପରିବର୍ତ୍ତନ ହୋଇଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ପଶ୍ଚିମାଝଡ଼ ପ୍ରଭାବରେ ଆଜିଠାରୁ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି,ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସହ ମଧ୍ୟମଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।। ସେହିପରି ୧୦ ତାରିଖରେ ଦକ୍ଷିଣ ଉପକୂଳ ଅଞ୍ଚଳରେ ହାଲୁକା କୁହୁଡ଼ି ରହିବା ନେଇ ସୂଚନା ଦେଇଛି ବିଭାଗ। ଏହାପରେ ୧୧ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢିବ।

ସେହିପରି ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରଯାଇଛି । ୧୨ ତାରିଖରେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ୧୦ ଜିଲ୍ଲାରେ ବର୍ଷା ହୋଇପାରେ।୧୨ ଓ ୧୩ ତାରିଖରେ ରାଜ୍ୟର ଅଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଯାହା ଫଳରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି।

ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି ସପ୍ତାହରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଏନସିଆରର ସକାଳ ଓ ସନ୍ଧ୍ୟାରେ କୁହୁଡି ଜାରି ରହିବ। ପାହାଡିଆ ଅଞ୍ଚଳରେ ବର୍ଷା ଓ ବରଫପାତର ମଧ୍ୟ ସମ୍ଭାବନା ରହିଛି।

Get real time updates directly on you device, subscribe now.