fbpx

ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀରକୁ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର

ନୂଆଦିଲ୍ଲୀ: ତେହରିକ୍‌-ଏ-ହୁରିୟତ ଜମ୍ମୁ-କଶ୍ମୀର ସଂଗଠନକୁ ଏକ ବେଆଇନ ସଂଗଠନ ଭାବେ ଘୋଷଣା କଲେ ଭାରତ ସରକାର। ତେବେ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ନେଇ ମୋଦୀ ସରକାର ଏଭଳି ଏକ ବଡ଼ ପଦକ୍ଷେପ ନେଇଥିବା ଦେଖିବାକୁ ମିଳୁଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ଉପରେ ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ସଂଗଠନ ହେଉଛି ତେହରିକ୍‌-ଏ-ହୁରିୟତ। ଏହି ସଂଗଠନ ଦେଶ ବରୋଧୀ କାର୍ଯ୍ୟକଳାପ କରିବାରୁ ଏହାକୁ ବ୍ୟାନ୍‌ କରାଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି, ଜମ୍ମୁ-କଶ୍ମୀରକୁ ଭାରତରୁ ପୃଥକ୍‌ କରିବା ଏବଂ ଇସ୍‌ଲାମିକ ନିୟମ ପ୍ରତିଷ୍ଠା ନିଷେଧ କାର୍ୟ୍ୟରେ ଏହି ସଂଗଠନ ଜଡ଼ିତ ଅଛି। ଏହି ଗୋଷ୍ଠୀ ଭାରତ ବିରୋଧୀ ପ୍ରଚାର ପ୍ରସାର କରୁଛି ଏବଂ ଜମ୍ମୁ-କଶ୍ମୀରରେ ବିଚ୍ଛିନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ, ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ଏହାକୁ ରୋକାଯାଇପାରିବ।

Get real time updates directly on you device, subscribe now.