fbpx

ଟୋଲପ୍ଲାଜାରେ କର୍ମଚାରୀଙ୍କୁ ପିଟିଲେ TRS ନେତା, ଦେଖନ୍ତୁ Video

ନୂଆଦିଲ୍ଲୀ: ତେଲେଙ୍ଗାନାର ଟିଆରଏସ ନେତାଙ୍କ ମାଡ଼ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବୁଧବାର ଦିନ ଶାଦନଗର ଟୋଲ ପ୍ଲାଜାରେ ଜଣେ କର୍ମଚାରୀଙ୍କୁ ସେ ମାଡ଼ ମାରିଥିଲେ, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଟୋଲ ପ୍ଲାଜାର ଶୁଳ୍କକୁ ନେଇ ନେତା ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଥିଲା । ଏହାର ଭିଡିଓ ଭାଇରାଲ ହେବାରେ ଲାଗିଥିବା ବେଳେ ଭିଡିଓରେ ନସରୁଲାବାଦର ଟିଆରଏସ ସରପଞ୍ଚ ଓ ଟୋଲ ପ୍ଲାଜା କର୍ମଚାରୀଙ୍କ ମଧ୍ୟରେ ଚାଲିଥିବା ମାରପିଟ ଦେଖିବାକୁ ମିଳିଛି ।

ଘଟଣା ପରେ ଟିଆରଏସ ନେତା ଟୋଲ ପ୍ଲାଜାରେ ଭଙ୍ଗାରୁଜା କରିଥିଲେ । ଡିସିପି ଶମରାବାଦ ଓ ଜଗଦିଶ୍ୱର ରେଡ୍ଡୀ କହିଛନ୍ତି ଯେ, ‘ଶାଦନଗର ଟୋଲ ପ୍ଲାଜା କର୍ମଚାରୀ ଓ ଟିଆରଏସ ସରପଞ୍ଚଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆମେ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛୁ, କାହିଁକି ନା ଦୁହେଁ ଅଭିଯୋଗ କରିଛନ୍ତି । ଟୋଲ ପ୍ଲାଜାରେ ଆକ୍ରମଣ ଓ ଭଙ୍ଗାରୁଜା କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନା ଅନୁସାରେ, ଟୋଲ ପ୍ଲାଜାର କର୍ମଚାରୀ ଟିଆରଏସ ନସରୁଲ୍ଲାବାଦ ସରପଞ୍ଚଙ୍କୁ ଟୋଲ ଶୁଳ୍କ ଦେବାକୁ କହିଥିଲେ । ସେ ଶୁଳ୍କ ଦେବାକୁ ମନା କରିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ଓ ଏହା ମାରପିଟ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ନେତା ଜଣକ କର୍ମଚାରୀଙ୍କୁ ପିଟିବା ସହ ଟୋଲ ପ୍ଲାଜାରେ ପ୍ରବଳ ଭଙ୍ଗାରୁଜା କରିଥିଲେ ।

Get real time updates directly on you device, subscribe now.