ଦିଲଜୀତଙ୍କୁ ତେଲଙ୍ଗାନା ସରକାରଙ୍କ ତାଗିଦ୍, ଛୋଟ ପିଲାଙ୍କୁ ଷ୍ଟେଜ୍ ଉପରକୁ ଚଢ଼ାଇବା ମନା

ହାଇଦ୍ରାବାଦ: ଅଡୁଆରେ ପଡ଼ିଯାଇଛନ୍ତି ପଞ୍ଜାବୀ ଗାୟକ ଦିଲଜୀତ ଦୋସାଞ୍ଝ । ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଦିଲଜୀତଙ୍କୁ ନୋଟିସ ଜାରି କରାଯାଇଛି । ଶୁକ୍ରବାର ଦିନ ହାଇଦ୍ରାବାଦରେ ତାଙ୍କର ଏକ ମ୍ୟୁଜିକାଲ ପ୍ରୋଗ୍ରାମର ଆୟୋଜନ କରାଯାଇଛି । ଜିଲଜୀତ ମଦ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉଥିବା ଗୀତ ଗାଇବାକୁ ନୋଟିସରେ ବାରଣ କରାଯାଇଛି । ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ନୋଟିସ ଉଭୟ ଦିଲଜୀତ ଏବଂ କାର୍ଯ୍ୟକ୍ରମର ଅର୍ଗାନାଇଜରଙ୍କୁ ଜାରି କରାଯାଇଛି । ଏଥିସହ କନ୍ସର୍ଟ ସମୟରେ ଛୋଟ ପିଲାମାନଙ୍କୁ ଷ୍ଟେଜ୍ ଉପରେ ଚଢ଼ାଇବା ଲାଗି ମନା କରାଯାଇଛି ।

ଜାରି ନୋଟିସ ଅନୁସାରେ, କାର୍ଯ୍ୟକ୍ରମରେ ବ୍ୟବହାର ଲାଉଡ୍ ମ୍ୟୁଜିକ୍, ଓ ଲାଇଟ୍ ଛୋଟ ପିଲାଙ୍କ ପାଇଁ କ୍ଷତିକାରଣ ହୋଇଥାଏ । ର୍ପୂବଥର ଦିଲ୍ଲୀ ଜବାହରଲାଲ ନେହରୁ ଷ୍ଟାଡିୟମରେ କରାଯାଇଥିବା କନ୍ସର୍ଟରେ ଦିଲଜୀତ ମଦ, ଡ୍ରଗ୍ସକୁ ନେଇ ଗୀତ ଗାଉଥିବାର ପ୍ରମାଣ ଥିବା ନୋଟିସରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ କନସର୍ଟ ପାଇଁ ଦିଲଜୀତ ହାଇଦ୍ରାବାଦରେ ପହଞ୍ଚି ସାରିଥିବାର ଏକ ଭିଡିଓ ଗାୟକଜଣକ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ଚାରମିନାର ବୁଲୁଥିବାର ଦେଖିବାକୁ ମିଳିଛି । ତେବେ ସରକାରଙ୍କ ପକ୍ଷରୁ ଜାରି ନୋଟିସକୁ ନେଇ ଦିଲଜୀତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।