ଆଉ ନାହାନ୍ତି ଶୁକ୍ରାଚାର୍ଯ୍ୟ Yogesh Mahajan, ଫ୍ଲାଟରୁ ମିଳିଲା ମୃତଦେହ

ଅଭିନେତା ଯୋଗେଶ ମହାଜନଙ୍କ ପରଲୋକ । ମନୋରଞ୍ଜନ ଜଗତରେ ଶୋକର ଛାୟା ।

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ଶୋ ଶିବ ଶକ୍ତି ତପ ତ୍ୟାଗ ତାଣ୍ଡବରେ ଶୁକ୍ରାଚାର୍ଯ୍ୟ ଭୂମିକାରେ ଅଭିନୟ କରି ଖବର ଶିରୋନାମା ଦେଇଥିବା ଅଭିନେତା ଯୋଗେଶ ମହାଜନଙ୍କ ପରଲୋକ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । 44 ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଶୋକର ଛାୟା-   ରିପୋର୍ଟ ଅନୁସାରେ, ସେ ତାଙ୍କ ଫ୍ଲାଟରେ ଅଚେତ ଅବସ୍ଥାରେ ପଡ଼ିଥିଲେ । ଯେତବେଳେ ତାଙ୍କୁ ଡ଼ାକ୍ତରଖାନା ନିଆଗଲା, ସେତବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଯୋଗେଶ ମହାଜନଙ୍କର ଜାନୁଆରୀ ୧୯ ତାରିଖରେ ଦେହାନ୍ତ ହୋଇଥିବା କଥା ଜଣାପଡ଼ିଛି । ଅଭିନେତାଙ୍କ ମୃତ୍ୟୁରେ ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଯୋଗେଶ ମହାଜନ ସୁଟିଂ ପାଇଁ ସେଟରେ ପହଞ୍ଚି ନଥିଲେ । ତାଙ୍କର ଆପାର୍ଟମେଣ୍ଟ ସେଟ୍ ପାଖରେ ରହିଥିବା ବେଳେ ସଦସ୍ୟମାନେ ସେଟକୁ ଯାଇ ତାଙ୍କୁ ଡାକିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ଦ୍ବାର ଖୋଲିନଥିଲେ ।

ହୃଦଘାତରେ ମୃତ୍ୟୁ-   କବାଟ ଭାଙ୍ଗି ଦେଖିଲା ବେଳକୁ ସେ ଫ୍ଲାଟରେ ଅଚେତ ଅବସ୍ଥାରେ ପଡ଼ିଥିଲେ । ତେବେ ହସ୍ପିଟାଲରେ ଡ଼ାକ୍ତର ମୃତ ଘୋଷଣା କରିଥିବା ବେଳେ ହୃଦଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଚ କରାଯାଇଛି ।

ତାଙ୍କ ବିୟୋଗରେ ତାଙ୍କ ସହ-ଅଭିନେତା ଆକାଂକ୍ଷା ରାୱତ ଶୋକ ପ୍ରକାଶ କରିଛନ୍ତି । ଯୋଗେଶ ମହାଜନଙ୍କ ବିଷୟରେ ଆକାଂକ୍ଷା ରାୱତ କହିଥିଲେ, “ଆମେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଏକାଠି କାମ କରିଥିଲୁ । ତାଙ୍କ ଦେହାନ୍ତକୁ ବିଶ୍ୱାସ କରିବା କଷ୍ଟକର।”

ପ୍ରକାଶଥାଉକି, ଯୋଗେଶ ମହାଜନଙ୍କ ଶେଷକୃତ୍ୟ ମୁମ୍ବାଇର ବୋରିଭାଲି ପଶ୍ଚିମରେ ଥିବା ଗୋରାରି-୨ ଶ୍ମଶାନରେ କରାଯିବ । ଅଭିନେତାଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ, ସେ ‘ମୁବାଇଚ୍ ଶାହଣେ’ ଏବଂ ‘ସଂସାରଚି ମାୟା’ ସମେତ ଅନେକ ମରାଠୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।