fbpx

ଦୁଃଖ ଖବର: ମାତ୍ର ୩୮ ବର୍ଷ ବୟସରେ ଆଖି ବୁଜିଲେ ସାଉଥ୍ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ବିଶିଷ୍ଟ ଅଭିନେତାଙ୍କ ଝିଅ ଆଉ ନାହାନ୍ତି । ତେଲୁଗୁ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ଗାୟତ୍ରୀଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିବା ବେଳେ ଝିଅଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ବାପା ରାଜେନ୍ଦ୍ର । ଗାୟତ୍ରୀଙ୍କ ମୃତ୍ୟୁ ଖବର ପାଇବା ପରେ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଅନେକ କଳାକାର, ଶୁଭେଚ୍ଛୁ ଓ ବନ୍ଧୁ ପରିଜନମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।

ଖବର ମୁତାବକ, ଅକ୍ଟୋବର ୪ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗାୟତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମେଡିକାଲ ଟିମଙ୍କ ସମସ୍ତ ପ୍ରୟାସ ପରେ ବି ଗାୟତ୍ରୀଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରିନଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗାୟତ୍ରୀ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେବେ ଗାୟତ୍ରୀଙ୍କର ପୂର୍ବରୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି । ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଖବର ଶୁଣିବା ସମୟରେ ରାଜେନ୍ଦ୍ର ଶୁଟିଂ ସେଟରେ ଥିଲେ । ଆଜି ହାଇଦ୍ରାବାଦରେ ଗାୟତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ ।

Get real time updates directly on you device, subscribe now.