ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ୪୦ ଡିଗ୍ରୀ ଟପିଲା ୧୧ ସହରର ତାପମାତ୍ରା
ଖରାରରେ ଜଳୁଛି ଓଡ଼ିଶା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର: ରାଜ୍ୟକୁ ଫେରିଲା ତାତି। ଆଜି ୪୦ ଡିଗ୍ରୀ ଉପରେ ୧୧ଟି ସହର। ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ୪୩.୫ ଡିଗ୍ରୀ ଖରାରେ ସିଝିଲା ଝାରସୁଗୁଡ଼ା।
ବଲାଙ୍ଗୀରର ତାପମାତ୬ା ୪୨.୪ ଡିଗ୍ରୀ। ଟିଟିଲାଗଡ଼ର ତାପମାତ୍ରା ୪୨ ଡିଗ୍ରୀ। ସେହିଭଳି ସମ୍ବଲପୁରର ତାପମାତ୍ରା ଆଜିର ୪୧.୯ ଡିଗ୍ରୀ ଥିଲା।
ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ଓ ସୋନପୁର ୪୧.୩, ସେହିପରି ନୂଆପଡ଼ାର ତାପମାତ୍ରା ୪୧ ଡିଗ୍ରୀ, ଭବାନୀପାଟଣା ୪୦.୮, ରାଉରକେଲାର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ଥିଲା।