fbpx

ରାଜ୍ୟରେ ହେଉଛି ନିଆଁବୃଷ୍ଟି! ସାଢେ ୧୧ଟା ସୁଦ୍ଧା ଏହି ଜିଲ୍ଲାରେ ସର୍ବାଧିକ ତାତି

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟ ତଥା ଦେଶରେ ଖରାର ମାତ୍ରା ବଢିଯାଇଛି । ସକାଳ ୮ଟାରେ ମଧ୍ୟ ୩୦ ଡିଗ୍ରୀ ସେଲସିୟସର ଖରା ଅନୁଭୁତ ହେଉଛି । ସେହିପରି ଆଜି ସାଢେ ୧୧ଟା ସୁଦ୍ଧା ଆଂଚଳିକ ପାଣିପାଗ ବିଭାଗ ତାପମାତ୍ରା ରେକର୍ଡ କରିଛି ଯେ, ଝାରସୁଗୁଡାରେ ସର୍ବାଧିକ ଖରା ରେକର୍ଡ କରାଯାଇଛି । କିଛି ଜିଲ୍ଲାରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହୁଛି ।

ସୂଚନା ଅନୁଯାୟୀ, ଆଜିଦିନ ସାଢେ ୧୧ଟା ସୁଦ୍ଧା ରାଜ୍ୟର ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ଉତ୍ତପ୍ତ ରେଜର୍ଡ ହୋଇଛି । ଝାରସୁଗୁଡାରେ ୩୯.୮ ଡିଗ୍ରୀ ସେଲସିୟସ ରହିଥିବା ବେଳେ କେନ୍ଦୁଝରରେ ୩୯.୨, ସମ୍ବଲପୁରରେ ୩୮.୪, ଚାନ୍ଦବାଲିରେ ୩୮ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ୩୭.୮ ଡିଗ୍ରୀ, ବାଲେଶ୍ୱର ୩୭, ହୀରାକୁଦରେ ୩୬.୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରିଛି ପାଣିପାଗ କେନ୍ଦ୍ର । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୧୬ ତାରିଖରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.