fbpx

ତାତିରୁ ନିସ୍ତାର ନାହିଁ, ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟବାସୀ ଗରମରେ କଲବଲ ହେଉଥିବା ବେଳେ ଏନେଇ ନୂଆ ଅପଡେଟ୍ ଆସିଛି । ପୁଣି ରାଜ୍ୟର ତାପମାତ୍ରା ବୃଦ୍ଧି ହେବ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହେବାରେ ଲାଗିଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଗରମରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି । ରାଜ୍ୟରେ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୩ ଦିନ ପରେ ରାଜ୍ୟରେ ତାପମାତ୍ରା ଉପରମୁହାଁ ହେବ । ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ।

ପାଣିପାଗର ବିଭାଗର ସତର୍କ ସୂଚନା ପରେ ରାଜ୍ୟରେ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ ରାୟଗଡ଼ରେ କିଛି ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ସମ୍ଭାବନା ଥିବା କୁହାଯାଇଥିଲା ।

Get real time updates directly on you device, subscribe now.